fbpx

ମୁମ୍ବାଇରେ ଆଜି ହେବ ସୁଶାନ୍ତଙ୍କ ଅନ୍ତିମ ସଂସ୍କାର, ପାଟନାରୁ ବାହାରି ସାରିଛନ୍ତି ପିତା

ମୁମ୍ବାଇ,୧୫ ।୬: ବଲିଉଡର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆଜି ମୁମ୍ବାଇରେ ହେବ ଅନ୍ତମ ସଂସ୍କାର । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିବା ବେଳେ ରବିବାର ଦିନ ସେ ବାନ୍ଦା ସ୍ଥିତ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟ କରିଥିଲେ । ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ପାଇଁ ପାଟନାରୁ ତାଙ୍କ ପିତା, ଭାଇ ଓ ଭାଉଜ ବାହାରି ସାରିଥିବା ବେଳେ ଅନ୍ୟ କିଛି ବନ୍ଧୁମାନେ ବି ମୁମ୍ବାଇରେ ଆସି ପହଞ୍ଚିସାରିଛନ୍ତି । ଏହା ପୂର୍ବରୁ ସୁଶାନ୍ତଙ୍କ ଶେଷ କୃତ୍ୟ ପାଟନାରେ ହେବ ବୋଲି ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ସୁଶାନ୍ତଙ୍କ କିଛି ବନ୍ଧୁ ତାଙ୍କ ଅନ୍ତିମ ସଂସ୍କାର ମୁମ୍ବାଇରେ ହେଉ ବୋଲି ଅନୁରୋଧ କରିଥିଲେ ।

ତେବେ ସୁଶାନ୍ତ ମୃତ୍ୟୁ ସମ୍ପର୍କରେ ପୋଲିସ ଛାନଭିନ୍ ଜାରି ରଖିଛି । ଜଣାପଡିଛି ଯେ ରିୟା ଚକ୍ରବର୍ତ୍ତୀ ଲକ ଡାଉନ ସମୟରେ ସୁଶାନ୍ତଙ୍କ ସହ ରହୁଥିଲେ । ଏନେଇ ରିୟାଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିବ । ଖୁବଶୀଘ୍ର ରିୟା ଚକ୍ରବର୍ତ୍ତୀଙ୍କ ବୟାନ ନିଆଯିବ ।

Get real time updates directly on you device, subscribe now.