fbpx

ବ୍ଲାକ୍ ଫଙ୍ଗସ୍ ମୁକାବିଲା ପାଇଁ ରାଜ୍ୟମାନଙ୍କୁ ପଠାଗଲା ଅତିରିକ୍ତ ୨ ଲକ୍ଷ ଡୋଜ୍ ଭ୍ୟାକ୍ସିନ୍

ନୂଆଦିଲ୍ଲୀ: ବ୍ଲାକ ଫଙ୍ଗସ୍ ରୋଗୀଙ୍କ ପାଇଁ ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଂସ୍ଥାମାନଙ୍କୁ ଅତିରିକ୍ତ ୨ ଲକ୍ଷ ଡୋଜ୍ ଭ୍ୟାକ୍ସିନ୍ ପଠାଯାଇଛି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଡିଭି ସଦାନନ୍ଦ ଗୌଡା । ଲିପୋସୋମାଲ ଆମ୍ଫୋଟେରିସିନ୍-ବିର ଅତିରିକ୍ତ ୨ ଲକ୍ଷ ୧୨ ହଜାର ୫୪୦ ଡୋଜ୍ ପଠାଯାଇଥିବା ନେଇ ସାର ଓ ରସାୟନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରୀ ଗୌଡା କହିଛନ୍ତି ଯେ, ବିଭିନ୍ନ ରାଜ୍ୟରେ ବ୍ଲାକ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ଅନୁପାତକୁ ଦୃଷ୍ଟିରେ ରଖି ପ୍ରାୟ ୧୦ ଲକ୍ଷ ଡୋଜ୍ ଟିକା ସମଗ୍ର ଦେଶରେ ବିତରଣ କରାଯାଇଛି । ଫଙ୍ଗସ୍ ଦ୍ୱାରା ସଂକ୍ରମଣ ବ୍ୟାପୁଥିବା ବ୍ଲାକ ଫଙ୍ଗସ୍ ଏକ ଭୟଙ୍କର ରୋଗ । ଫଙ୍ଗସ୍ ଚର୍ମରେ ପ୍ରବେଶ କରିବା ପରେ ଏହି ରୋଗ ଶରୀରର ନାକ, ଆଖି ଆଦି ବିଭିନ୍ନ ଅଙ୍ଗକୁ ପ୍ରବେଶ କରିଥାଏ । ଅନେକ ରୋଗୀ ଏହି ରୋଗରେ ଆକ୍ରାନ୍ତ ହୋଇ ନିଜର ଆଖି ହରାଇବାକୁ ବାଧ୍ୟ ହୋଇଛନ୍ତି । ମୁଖ୍ୟତଃ ଏହି ରୋଗ କୋଭିଡ-୧୯ରୁ ସୁସ୍ଥ ହେଉଥିବା ରୋଗୀଙ୍କଠାରେ ଦେଖିବାକୁ ମିଳୁଛି । ଯେଉଁମାନଙ୍କର ଶରୀରରେ ରୋଗପ୍ରତିରୋଧ କ୍ଷମତା ଦୁର୍ବଳ ଥାଏ, ସେମାନେ ବ୍ଲାକ ଫଙ୍ଗସରେ ବେଶିମାତ୍ରରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରୁଥିବା ଦେଖାଯାଉଛି ।

Get real time updates directly on you device, subscribe now.