fbpx
BJD SKY
BJD SKY

ଏନକାଉଣ୍ଟରରେ ଲସ୍କର କମାଣ୍ଡର ସମେତ ୨ ଆତଙ୍କବାଦୀ ନିପାତ

BJD

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ଶ୍ରୀନଗର ଜିଲ୍ଲାର ପରିମପୋରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ନିପାତ ହୋଇଛନ୍ତି ୨ ଆତଙ୍କବାଦୀ । ୨ ମୃତକଙ୍କ ମଧ୍ୟରୁ ଜଣେ ଲସ୍କର ଏ ତଇବା କମାଣ୍ଡର ନଦୀମ ଅବରାର ଥିବା ଜଣାପଡିଛି । କିନ୍ତୁ ନିହତ ହୋଇଥିବା ଅନ୍ୟ ଜଣେ ପାକିସ୍ତାନୀ ଆତଙ୍କବାଦୀର ପରିଚୟ ଜଣାପଡ଼ି ନାହିଁ ।

ତେବେ ନିହତ ଆତଙ୍କବାଦୀଙ୍କ ପାଖରୁ ଏକେ-୪୭ ରାଇଫଲ ରାଇଫଲଏ ଜବତ ହୋଇଛି । ଆଇଜିପି କଶ୍ମୀର ବିଜୟ କୁମାର ଏହାର ସୂଚନା ଦେଇଛନ୍ତିି । କିନ୍ତୁ ଆତଙ୍କବାଦୀଙ୍କ ଗୁଳିରେ ୩ ସିଆରପିଏଫ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଏନକାଉଣ୍ଟର ସରିଥିଲେ ବି ସୁରକ୍ଷାକର୍ମୀଙ୍କ ଦ୍ୱାରା ସେଠାରେ ସର୍ଚ୍ଚ ଅପରେସନ ଜାରି ରହିଛି ।

Get real time updates directly on you device, subscribe now.