fbpx

ଅଟୋକୁ ଧକ୍କା ଦେଲା ଅଡି: ତା’ପରେ କଣ ହେଲା ଜାଣନ୍ତୁ

Advertisement

ହାଇଦ୍ରାବାଦ: ସାଇବରାବାଦ ପୋଲିସ୍ ପକ୍ଷରୁ ମଙ୍ଗଳବାର ଦୁର୍ଘଟଣାର ଏକ ଭୟଙ୍କର ଭିଡିଓ ଶେୟାର କରାଯାଇଛି । ୨୭ ଜୁନ୍ ଭୋର ୫.୩୦ରେ ଘଟିଥିବା ଦୁର୍ଘଟଣାର ଭିଡିଓଟି ଅତ୍ୟନ୍ତ ଭୟଙ୍କର ମନେ ହେଉଛି । ନିଶାସକ୍ତ ଅବସ୍ଥାରେ ଜଣେ ଅଡି ଚାଳକ ଏକ ଅଟୋକୁ ଧକ୍କା ଦେଇଥିବାର ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି । ୨୭ ତାରିଖରେ ଘଟିଥିବା ଏହି ଦୁର୍ଘଟଣାରେ ଅଟୋରେ ଯାତ୍ରା କରୁଥିବା ବ୍ୟକ୍ତି ଜଣକ ପ୍ରାଣ ହରାଇଥିବା ବେଳେ କାର ଚାଳକ ଏବଂ ତାଙ୍କର ଜଣେ ସାଥୀଙ୍କୁ ଗିରଫ କରାଯାଇଛି । ମଦ୍ୟପାନ କରି ଗାଡି ଚଳାଇବା ସହିତ ହତ୍ୟା ଉଦ୍ୟମ ମାମଲାରେ ପୋଲିସ୍ ଉଭୟଙ୍କୁ ଗିରଫ କରିଛି ।

ଦୁର୍ଘଟଣାଟି ଏତେ ଭୟଙ୍କର ଥିଲାକି ଅଟୋଟି ଗଡି ଗଡି ପଡିଥିଲା । ଅଟୋଟି ସାଧାରଣ ବେଗରେ ଆସୁଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଲାଲ ରଙ୍ଗର ଅଡି କାରଟି ଧକ୍କା ଦେଇ ପଳାଇଥିଲା । ଅଟୋରେ ଯାତ୍ରା କରୁଥିବା ପ୍ରିଜମ୍ ପବର ଜନୈକ କର୍ମଚାରୀ ପ୍ରାଣ ହରାଇଥିଲେ । ଅଡିରେ ରହିଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣେ କଲେଜ୍ ଛାତ୍ର ରହିଥିବା ବେଳେ ଆଉ ଜଣେ ଆଇଟି ପ୍ରଫେସନାଲ ରହିଛନ୍ତି । ଭିଡିଓଟିକୁ ଶେୟାର କରାଯିବା ସହିତ ସାଧାରଣ ନାଗରିକଙ୍କୁ ସତର୍କତା ଅବଲମ୍ବନ କରିବା ସହିତ ମଦ୍ୟପାନ କରି ଗାଡିୀ ଚାଳନା ନ କରିବା ପାଇଁ ନିବେଦନ କରାଯାଇଛି ।

Get real time updates directly on you device, subscribe now.