fbpx

୨ ମାଫିଆ ଭାଇଙ୍କୁ ଝଟକା: ସିଜ ହେଲା କୋଟି କୋଟି ଟଙ୍କାର ସମ୍ପତ୍ତି

AAKASH

ଗଞ୍ଜାମ: କୋଲକାତା ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ କବଜାରେ ୨ ନିଶା ମାଫିଆ । ସମ୍ପର୍କରେ ଏମାନେ ଭାଇ ଭାଇ ହୋଇଥିବା ଜାଣିବାକୁ ମିଳିଛି । ୨ ନିଶା ମାଫିଆଙ୍କ ବିଲ୍ଡିଂରେ ରେଡ କରିବା ସହ କୋଟି କୋଟି ଟଙ୍କାର ସମ୍ପତ୍ତି ସିଜ କରିଛନ୍ତି କୋଲକାତା ପ୍ରାଧିକୃତ କର୍ତ୍ତୃପକ୍ଷ । ଏଥିରେ ପ୍ରାୟ ୭୦୦ ଗ୍ରାମର ସୁନା-ରୂପା ଅଳଙ୍କାର ଜବତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ଗଞ୍ଜାମ ବୁଗୁଡାରେ ୨ ଜଣ ନିଶା ମାଫିଆଙ୍କ ସମ୍ପତ୍ତି ଉପରେ ପଡିଛି କୋଲକାତା ପ୍ରାଧିକୃତ କର୍ତ୍ତୃପକ୍ଷଙ୍କ ନଜର । ଖବର ପାଇବା ପରେ ବିଭାଗ ପକ୍ଷରୁ ରେଡ କରାଯାଇ ଉଭୟଙ୍କ ସମ୍ପତ୍ତିକୁ ସିଜ କରାଯାଇଛି । ୨ ମାଫିଆଙ୍କର ମୋଟ ୩ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତିକୁ ସିଜ ହୋଇଥିବା ଜଣାପଡିଛି । ତେବେ ସିଜ ହୋଇଥିବା ସମ୍ପତ୍ତିରେ ୫୯୫ ଗ୍ରାମ ସୁନା ଏବଂ ୧୯୦ ଗ୍ରାମର ରୂପା ଅଳଙ୍କାର ଜବତ କରିଛି ଡିପାର୍ଟମେଣ୍ଟ ।

ପ୍ରଶାସନର ଏହି ରେଡରେ ଫସିଛନ୍ତି ଗଞ୍ଜାମ ଜିଲ୍ଲା ବୁଗୁଡାର ବନମାଳୀ ପ୍ରଧାନ ଏବଂ ଅରୁଣ ପ୍ରଧାନ । ତେବେ ଏହି ଦୁଇ ନିଶା ମାଫିଆ ସମ୍ପର୍କରେ ଭାଇ-ଭାଇ ବୋଲି କର୍ତ୍ତୃପକ୍ଷଙ୍କ ତରଫରୁ ସୂଚନା ଦିଆଯାଇଛି । ଉଭୟଙ୍କର ୫ଟି କମର୍ସିଆଲ ବିଲ୍ଡିଂ ଏବଂ ୧୯ଟି ଆକାଉଣ୍ଟରେ ମୋଟ ୩ କୋଟିରୁ ଅଦିକ ଟଙ୍କା ଥିବା ଜଣାଯାଇଛି । ତେବେ ଏ ସମସ୍ତ ଟଙ୍କ ଏବଂ ସୁନା-ରୂପା ଅଳଙ୍କାରକୁ ସିଜ କରାଯାଇଛି ।

Get real time updates directly on you device, subscribe now.