fbpx
BSKY SKY
BSKY SKY

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଦୁଇ ଜଣ ଜୀବନ୍ତ ଦଗ୍ଧ ,୬ଜଣ ଉଦ୍ଧାର

BSKY

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରୁ ଅଘଟଣ। ରବିବାର ପୂର୍ବାହ୍ନରେ ଦିଲ୍ଲୀର ଗ୍ରେଟର କୈଳାଶ  ଅଞ୍ଚଳରେ ଥିବା ଏକ ନର୍ସିଂହୋମ (ଜି.କେ.-ନର୍ସିଂହୋମ ଅଗ୍ନି) ରେ ଅଗ୍ନିକାଣ୍ଡରେ ଅତି କମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୫.୧୫ ଟା ବେଳେ ଏହି ଘଟଣାକୁ ହେଇଛି । ପୋଲିସ ଏବଂ ଅଗ୍ନିଶମ ବିଭାଗର ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଘଟଣାସ୍ଥଳରୁ ୬ ଜଣଙ୍କୁ ଉଦ୍ଧାର କରାଯାଇଛି।

ନିଆଁ ଲାଗିବା ମାତ୍ରେ ଚାରି ଟି ଫାୟାର ଇଞ୍ଜିନ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବା ଆରମ୍ଭ କରିଥିଲା।ପ୍ରାୟ ଏକ ଘଣ୍ଟାର ଉଦ୍ୟମ ପରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ନିଆଁକୁ ଆୟତ୍ତ କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ପୋଲିସ ଟିମ୍ ଘଟଣାସ୍ଥଳରେ ଯାଞ୍ଚ କରୁଛି।
ଏହାପୂର୍ବରୁ, ଡିସେମ୍ବର ୧୭ ଦିନ ସକାଳେ ଦିଲ୍ଲୀର ଗ୍ରେଟର କୈଳାଶ  ପାର୍ଟ -୧ରେ ଅବସ୍ଥିତ ଫିନିକ୍ସ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ଡାକ୍ତରଖାନାର ତଳ ମହଲାରେ ନିଆଁ ଲାଗିଥିବା ସୂଚନା ପାଇବା ମାତ୍ରେ ୫ ଟି ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା। ସକାଳ ୯.୭ ରେ ଫିନିକ୍ସ ହସ୍ପିଟାଲରେ ଅଗ୍ନିଶମ ବିଭାଗ ସୂଚନା ପାଇଥିଲା।

Get real time updates directly on you device, subscribe now.