fbpx

ରାଜ୍ୟରେ ପୁଣି ୨ ଜୀବନ ନେଲା କରୋନା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱ.୨୨ ।୬(ଓଡିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଆଜି ରାଜ୍ୟରେ ୧୪୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କର ଜୀବନ ନେଇଛି କରୋନା । ୨ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ମୃତକ ଜଣକ କୋଭିଡ ନିମୋନିଆରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କର ମେଡିକାଲରେ ଚିକିତ୍ସା ଚାଲିଥିଲା ।

ସେହିପରି ମୟୂରଭଞ୍ଜର ଜିଲ୍ଲାର ଜଣେ ୬୦ ବର୍ଷୀୟ କରୋନା ପଜିଟିଭଙ୍କ ମୃତ୍ୟୁ ଘଟିଛି । ମୃତକଜଣଙ୍କର କ୍ୟାନସର ଅସ୍ତ୍ରୋପଚାର ପରବର୍ତ୍ତୀ ଜଟିଳତା ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.