ସାମ୍ନାକୁ ଆସିଲା ଲଭ୍ ଜିହାଦର ଭୟଙ୍କର ସତ! ହିନ୍ଦୁ ଝିଅଙ୍କ ଜୀବନ ନଷ୍ଟ କରିବା ପାଇଁ ପାଉଥିଲେ ଟଙ୍କା

ସାମ୍ନାକୁ ଆସିଲା ଲଭ୍ ଜିହାଦର ଭୟଙ୍କର ସତ

ମଧ୍ୟପ୍ରଦେଶ: ଲଭ୍ ଜିହାଦ ଉପରେ ହୋଇଛି ଏକ ବଡ ଖୁଲାସା। ହିନ୍ଦୁ ଝିଅମାନଙ୍କୁ ପ୍ରଲୋଭିତ କରି ବିବାହ କରିବା ପାଇଁ ଟଙ୍କା ପାଇଥିବା ସ୍ୱୀକାର କଲେ ୨ ମୁସଲିମ ଯୁବକ। ଏହି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ।

ଦେଶରେ ଲଭ୍ ଜିହାଦକୁ ନେଇ ବହୁତ ହଇଚଇ ସୃଷ୍ଟି ହୋଇଛି। ଅନେକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ ମୁସଲିମ୍ ଯୁବକମାନେ ସେମାନଙ୍କର ପରିଚୟ ପରିବର୍ତ୍ତନ କରି ହିନ୍ଦୁ ଝିଅମାନଙ୍କୁ ଫସାଇ ସେମାନଙ୍କୁ ବିବାହ କରି ସେମାନଙ୍କ ଜୀବନକୁ ନର୍କ କରିଦିଅନ୍ତି।

କିନ୍ତୁ ପ୍ରଥମ ଥର ପାଇଁ ଏହାର ପ୍ରମାଣ ସାମ୍ନାକୁ ଆସିଛି। ଇନ୍ଦୋରରେ ଦୁଇଜଣ ଅଭିଯୁକ୍ତ କ୍ୟାମେରା ଆଗରେ ଲଭ୍ ଜିହାଦର ସତ୍ୟ ସ୍ୱୀକାର କରିଛନ୍ତି। ଏହି ଉଭୟ ଯୁବକ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ସେମାନେ ଲଭ୍ ଜିହାଦ ପାଇଁ ଟଙ୍କା ପାଇଛନ୍ତି।

ଅନୱର କାଦରୀ, ଯିଏକି ଏଥିପାଇଁ ଟଙ୍କା ଦେଇଥିଲେ। ଅନୱର କାଦରୀଙ୍କ ବିରୋଧରେ ଇନ୍ଦୋରର ଦୁଇ ମୁସଲିମ ପୁଅ ସାହିଲ ଶେଖ ଏବଂ ଅଲତାଫଙ୍କୁ ହିନ୍ଦୁ ଝିଅମାନଙ୍କୁ ଫସାଇବା ଏବଂ ବିବାହ କରିବା ପାଇଁ 3 ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗ ହୋଇଛି।

ସେ ସାହିଲକୁ 2 ଲକ୍ଷ ଟଙ୍କା ଏବଂ ଅଲତାଫକୁ 1 ଲକ୍ଷ ଟଙ୍କା ଦେଇଥିଲେ। ଏହା ପରେ, ଦୁହେଁ ସୋସିଆଲ ମିଡିଆରେ ସେମାନଙ୍କର ନୂତନ ପ୍ରୋଫାଇଲ୍ ତିଆରି କରି ଛଦ୍ମ ନାମରେ ହିନ୍ଦୁ ଝିଅମାନଙ୍କ ସହିତ ବନ୍ଧୁତା କରିଥିଲେ ଏବଂ ସେମାନଙ୍କୁ ଶାରୀରିକ ଶୋଷଣ ମଧ୍ୟ କରିଥିଲେ।

କିନ୍ତୁ ଯେତେବେଳେ ଝିଅମାନେ ସାହିଲ ଏବଂ ଅଲତାଫଙ୍କ ସତ ଜାଣିପାରିଲେ, ସେମାନେ ପୋଲିସରେ ଅଭିଯୋଗ କଲେ। ବର୍ତ୍ତମାନ ଶାହିଲ ଏବଂ ଅଲତାଫ ପୋଲିସ ହେପାଜତରେ ଅଛନ୍ତି।

ଅନୱର କାଦରୀ କିଏ? କଂଗ୍ରେସ କାଉନସିଲର ଅନୱର କାଦରୀଙ୍କର ବିବାଦର ଏକ ଲମ୍ବା ଇତିହାସ ଅଛି ଏବଂ ସେ ଅନେକ ଥର ଜେଲ୍ ଯାଇଛନ୍ତି। ସେ ଅପରେସନ୍ ସିନ୍ଦୁର ସମୟରେ ଲୋକମାନଙ୍କୁ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବାକୁ ବାଧ୍ୟ କରିଥିଲେ।

ତାଙ୍କର ଅପରାଧ ଫାଇଲ୍ ଏତେ ଲମ୍ବା ଯେ କାଦରୀଙ୍କ ନାମ ସହିତ ଡକାୟତ ଶବ୍ଦ ଯୋଡ଼ି ଦିଆଯାଇଛି, କିନ୍ତୁ ଏଥର ସେ ହିନ୍ଦୁ ଝିଅମାନଙ୍କ ଜୀବନ ଲୁଟିଛନ୍ତି।

ଅନୱର କାଦରୀଙ୍କ ବିରୁଦ୍ଧରେ FIR ରୁଜୁ ହେବା ପରେ ସେ ଫେରାର୍ ଅଛନ୍ତି। ଇନ୍ଦୋର ପୋଲିସ ଅନୱର କାଦରୀଙ୍କ ବିରୁଦ୍ଧରେ NSA ମଧ୍ୟ ଲାଗୁ କରିଛି। ତାଙ୍କୁ ଯିଏ ଧରେଇଦେବ ତାକୁ ପୁରସ୍କାର ଦିଆଯିବାର ଘୋଷଣା ମଧ୍ୟ କରାଯାଇଛି।