fbpx
BJD SKY
BJD SKY

ଅଚାନକ World Cupରେ ସାମିଲ ହେଲେ ୨ ନୂଆ ଦଳ: ୧୦ ବର୍ଷ ପରେ ବିଶ୍ୱକପ ଖେଳିବ ଏହି ଟିମ୍

BJD

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ ଏବେ ରୋମାଞ୍ଚକର ରୂପ ନେଇଛି । ଭାରତ ୭ଟି ବିଜୟରେ ୧୪ ପଏଣ୍ଟ ସହ ସେମି ଫାଇନାଲକୁ ପ୍ରବେଶ କରି ସାରିଛି । ଏହାପରେ ବାକି ୩ଟି ସ୍ଥାନ ପାଇଁ ୬ଟି ଟିମ ମଧ୍ୟରେ ଲାଗିଛି ଟଣାଓଟରା । ତେବେ ଦକ୍ଷିଣ ଆଫ୍ରିକା ୧୨ ପଏଣ୍ଟ ସହ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ଦିନିକିଆ ବିଶ୍ୱକପକୁ ନେଇ କ୍ରେଜ ବଢୁଥିବା ବେଳେ ଆଉ ଏକ ବଡ଼ ଖବର ଏବେ ସାମନାକୁ ଆସିଛି । ଅଚାନକ ୨ଟି ନୂଆ ଟିମ୍ ଏବେ ବିଶ୍ୱକପରେ ଏଣ୍ଟ୍ରି ମାରିଛନ୍ତି । ଏଥି ମଧ୍ୟରୁ ୧୦ ବର୍ଷ ପରେ ଗୋଟିଏ ଦଳକୁ ବିଶ୍ୱକପ କେଳିବା ପାଇଁ ସୁଯୋଗ ମିଳିଛି ।

ଆସନ୍ତାବର୍ଷ ୱେଷ୍ଟଇଣ୍ଡିଜରେ ଆୟୋଜିତ ହେବାକୁ ଯାଉଛି ଟି-୨୦ ବିଶ୍ୱକପ-୨୦୨୪ । ଏହି ଟୁର୍ଣ୍ଣାମେଣ୍ଟ ପୂର୍ବରୁ ୨ଟି ନୂଆ ଦଳ ବିଶ୍ୱକପ ପାଇଁ ଉତ୍ତୀର୍ଣ୍ଣ ହୋଇଛନ୍ତି । ଟି-୨୦ ବିଶ୍ୱକପ ୨୦୨୪ ପାଇଁ ନେପାଳ ଏବଂ ଓମାନ ଉଭୟ ଦଳ କ୍ୱାଲିଫାଏ କରିବାରେ ସକ୍ଷମ ହୋଇଛନ୍ତି । ଏସିଆ କ୍ୱାଲିଫାୟାର ସେମି ଫାଇନାଲରେ ବିଜୟ ହାସଲ କରିବା ପରେ ଏହି ବଡ଼ ଉପଲବ୍ଧ ହାସଲ କରିଛନ୍ତି ଏହି ୨ ଦଳ । ନେପାଳ ୟୁଏଇକୁ ୮ ୱିକେଟରେ ପରାସ୍ତ କରି ବିଶ୍ୱକପରେ ସ୍ଥାନ ପକ୍କା କରିଥିବା ବେଳେ ବହରୀନକୁ ୧୦ ୱିକେଟରେ ମାତ୍ ଦେଇ ବିଶ୍ୱକପରେ ଏଣ୍ଟ୍ରି କରିଛି ଓମାନ୍ । ତେବେ ଆସନ୍ତାବର୍ଷ ତୃତୀୟ ଥର ପାଇଁ ବିଶ୍ୱକପ ଖେଳିବାର ସୁଯୋଗ ପାଇଛି ଏହି ଦଳ । ସେହିପରି ୨୦୧୪ ପରେ ନେପାଳ ପ୍ରଥମ ଥର ଟି-୨୦ ବିଶ୍ୱକପରେ ସାମିଲ ହେବାକୁ ଯାଉଛି । ସେପଟେ ବର୍ତ୍ତମାନ ସୁଦ୍ଧା ମୋଟ ୧୮ଟି ଦଳ ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇ ସାରିଛନ୍ତି । ତେବେ ବାକି ୨ଟି ଦଳର ଚୟନ ଆସନ୍ତା ଆଫ୍ରିକା କ୍ୱାଲିଫାୟାରରେ କରାଯିବ ।

ICC T20 World Cup 2024: Turmoil in US Cricket forces ICC re-think,  WestIndies could host entire 2024 T20 WC due to no 'real facilities in US',  US Cricket fear suspension - Follow

ନେପାଳର ଷ୍ଟାର ସ୍ପିନର କୁଶଲ ମଲ୍ଲା ଏବଂ ସନ୍ଦୀପ ଲାମିଛାନେଙ୍କ ବୋଲିଂ ଆଗରେ ଫେଲ ମାରିଛି ୟୁଏଇ । କୁଶଲଙ୍କ ୩ଟି ୱିକେଟ ଏବଂ ଲାମିଛାନେଙ୍କ ୨ଟି ୱିକେଟ ବଳରେ ୟୁଏଇ ମାତ୍ର ୧୩୪ ରନ୍ କରିବାରେ ସକ୍ଷମ ହୋଇଥିଲା । ଜବାବରେ ନେପାଳ ମାତ୍ର ୧୭.୧ ଓଭରରେ ୨ଟି ୱିକେଟ ହରାଇ ଏହି ଲକ୍ଷ୍ୟ ହାସଲ କରି ନେଇଛି । ସେହିପରି ବହରୀନ-ଓମାନ ମ୍ୟାଚରେ ଓମାନକୁ ୧୦୭ ରନର ଲକ୍ଷ୍ୟ ଦେଇଥିଲା ବହରୀନ । ଦୁଇ ଷ୍ଟାର ଓପନରଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଏହି ମ୍ୟାଚକୁ ୧୦ ୱିକେଟରେ ବିଜୟ ଲାଭ କରିଛି ଓମାନ୍ । ଦଳ ପକ୍ଷରୁ କଶ୍ୟପ ପ୍ରଜାପତି ୫୭ ରନ୍ କରି ଅପରାଜିତ ଥିବା ବେଳେ ସାଥୀ କେଳାଳି ପ୍ରତୀକ ଅଠାବଲେ ୫୦ ରନ୍ କରି ଅପରାଜିତ ରହିଛନ୍ତି ।

Get real time updates directly on you device, subscribe now.