fbpx

ରାସ୍ତା ମଝିରେ ହଠାତ ମାରପିଟ ଲାଗିଲେ ଦୁଇ ଯୁବକ: ଶେଷରେ ଏମିତି କ’ଣ ହେଲା?

AAKASH

ନୂଆଦିଲ୍ଲୀ: ସୋଶିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଲୋକମାନେ ଖୁସି ବ୍ୟକ୍ତ ତ କରିଛନ୍ତି । ହେଲେ ତାଠାରୁ ଅଧିକ କନଫ୍ୟୁଜ ଅଛନ୍ତି ଏହି ଭିଡିଓକୁ ନେଇ । ପ୍ରକୃତରେ ଏହି ଭିଡିଓରେ ପ୍ରଥମେ ଯାହା ଘଟୁଛି ଏବଂ ଶେଷରେ ଯାହା ଘଟିଛି, ଏହା ମଧ୍ୟରେ କୌଣସି ସାମଞ୍ଜସ୍ୟ ପାଉ ନାହାନ୍ତି ୟୁଜର୍ସ । ଫଳରେ କନଫ୍ୟୁଜ ହୋଇ ରହିଛନ୍ତି ସୋଶିଆଲ ମିଡିଆ ୟୁଜର ।

ପ୍ରକୃତରେ ଏହି ଭିଡିଓରେ ଦୁଇ ଜଣ ଯୁବକ ମାରପିଟ ହେଉଥିବାର ଦେଖିବାକୁ ମିଳୁଛି । ତେବେ ଏହି ଲଢେଇର କାରଣ ଖୋଜିବା ଭିତରେ ଏମିତି ଏକ ଘଟରା ଘଟୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ କନଫ୍ୟୁଜ କରି ଦେଉଛି । ହଠାତ ମାରପିଟ ବନ୍ଦ କରି ହାତ ମିଳାଇ ଚାଲି ଯାଉଛନ୍ତି ଉଭୟ । ତେବେ ଏହାର ପ୍ରକୃତ କାରଣ କ’ଣ? ପ୍ରଥମେ ମାରପିଟ, ଗଡାପଡା ଆଉ ପର ମୁହୂର୍ତ୍ତରେ ହାତ ମିଳାମିଳି ହୋଇ ଫେରିଯିବା କଥାଟା ସହଜରେ ହଜମ କରି ହେଉନାହିଁ ।

ଲୋକପ୍ରିୟ ସୋଶଲ ମିଡିଆ ଆପ ଟ୍ୱିଟରରେ ଏହି ଭିଡିଓ ଅପଲୋଡ କରିଛନ୍ତି @TansuYegen ନାମକ ଜଣେ ୟୁଜର । ରାସ୍ତା ମଝିରେ ଦୁହିଁଙ୍କ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିଛି । ନୀଳ ଡ୍ରେସ ପିନ୍ଧିଥିବା ଏହି ଯୁବକ ଜଣକ ଅନ୍ୟ ଜଣକ ଉପରେ ଭାରି ପଡୁଥିବା ନଜର ଆସିଛି । କିଛି ସମୟ ତାଙ୍କୁ ଚାପି ଧରିବା ପରେ ଛାଡି ଦେଇଥିଲେ । ଏବଂ ଉଭୟ ନିଜ ନିଜ ଭିତରେ ହାତ ମିଳାଇ ଗାଡିରେ ଚାଲି ଯାଇଛନ୍ତି । ଏହି ଭିଡିଓ ଦେଖିବା ପରେ ଅନେକ ୟୁଜର କନଫ୍ୟୁଜ ହୋଇ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ରଖିଛନ୍ତି ।

Get real time updates directly on you device, subscribe now.