fbpx

(Video) ହସ୍ପିଟାଲ ପରିସରରେ ଜଘନ୍ୟ କାଣ୍ଡ! ମା’ ସାମ୍ନାରେ ୨୫ ବର୍ଷୀୟ ପୁଅକୁ ହତ୍ୟା କଲେ ୨ ଦୁର୍ବୃତ୍ତ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଭୀମଭୋଇ ହସ୍ପିଟାଲ ପରିସରରେ ଘଟିଛି ହତ୍ୟାକାଣ୍ଡ । ମା’ ସାମ୍ନାରେ ୨୫ ବର୍ଷୀୟ ପୁଅକୁ ହାଣି ହତ୍ୟା କରିଛନ୍ତି ୨ ଦୁର୍ବୃତ୍ତ । ପୁଅକୁ ବଞ୍ଚାଇବା ଉଦ୍ୟମ ବେଳେ ମା’କୁ ମଧ୍ୟ ହାଣି ପକାଇଛନ୍ତି । ଗୁରୁତର ଅବସ୍ଥାରେ ମା’କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ, ମା’ ପୁଅ ଠେଲା ଗାଡ଼ିରେ ଖାଦ୍ୟ ବିକ୍ରି କରନ୍ତି ।

ତେବେ ମଙ୍ଗଳବାର ସକାଳୁ ସକାଳୁ ବଲାଙ୍ଗିର ଭୀମେଭାଇ ମେଡିକାଲ କଲେଜ ହସ୍ପିଟାଲର ଏମ.ସି.ଏଚ କୋଠା ନିକଟରେ ସୁଦପଡାର ଜୟନ୍ତି ଦୋରା ଏବଂ ପୁଅ ଅଜୁ ଦୋରାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି । ଏଭଳି ଏକ ମରଣାନ୍ତକ ଆକ୍ରମଣ ପରେ ଘଟଣାସ୍ଥଳରେ ହିଁ ପୁଅ ଅଜୁର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଗୁରୁତର ଅବସ୍ଥାରେ ମାଁ ଜୟନ୍ତିଙ୍କୁ ସଜର୍ରୀ ୱାର୍ଡରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ମାଁ ପୁଅ ହସ୍ପିଟାଲରେ ଇଡଲି ବିକ୍ରି କରନ୍ତି । ସେମାନଙ୍କୁ ହଠାତ ଦୁଇଜଣ ଅଜଣା ଯୁବକ ଆକ୍ରମଣ କରିଥିବା ଜଣାପଡିଛି । ପୂର୍ବ ଶତ୍ରୁତାକୁ ନେଇ କରାଯାଇଥିଲା ଆକ୍ରମଣର ଯୋଜନା ।ଏଭଳି କାଣ୍ଡ ଘଟିବାକୁ ନେଇ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳିଯାଇଥିଲା । ଘଟଣା ସ୍ଥଳରେ ଟାଉନ ଥାନା ଅଧିକାରୀ କେ. ପ୍ରିୟଙ୍କା ରାଉତରାୟ ପହଞ୍ଚି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.