fbpx

(Video) ଘାଟିକୁ ଖସିଲା ଯବାନଙ୍କ ବସ୍ : ୬ ଜଣ ସହିଦ୍

ପାହଲଗାମ: ଜାମ୍ମୁ କାଶ୍ମୀରର ପହଲଗାମରେ ଆଜି ଏକ ବଡ଼ ଦୁର୍ଘଟଣା ଘଟିଛି । ଆଇଟିବିପି ଯବାନ ଯାଉଥିବା ଏକ ବସ୍ ପହଲଗାମର ଚନ୍ଦନୱାଡିରେ ଥିବା ଘାଟିରେ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ୬ ଆଇଟବିପି ଯାବନ୍ ସହିଦ୍ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ଜଣାପଡିଛି ।

ସୂଚନାନୁସାରେ, ବସଟି ଆଇଟିବିପି ଯବାନଙ୍କୁ ଚନ୍ଦନୱାଡିରୁ ପହଲଗାମ ନେଇ ଯାଉଥିଲା । ବ୍ରେକ ବିଫଳତା କାରଣରୁ ବସଟି ଘାଟିରେ ଖସିପଡ଼ିଥିଲା । ବସ୍ରେ ୩୯ ଜଣ ଯବାନ ଥିଲେ । ସେମାନଙ୍କ ମଧ୍ୟରୁ ୩୭ ଜଣ ଯବାନ ଆଇଟିବିପିର ଏବଂ ଦୁଇଜଣ ଯବାନ ଜାମ୍ମୁ କାଶ୍ମୀର ପୋଲିସର ଥିଲେ ବୋଲି ସୂଚନା ମିଳିଛି । ଅମରନାଥ ଯାତ୍ରା ପାଇଁ ଡ୍ୟୁଟିରୁ ଫେରୁଥିବା ବେଳେ ଯବାନମାନେ ଦୁର୍ଘଟଣା ଶିକାର ହୋଇଛନ୍ତି ।

Get real time updates directly on you device, subscribe now.