fbpx

ରାଜ୍ୟରେ ପ୍ରକାଶ ପାଇଲା ଚଳିତବର୍ଷର +୨ ବିଜ୍ଞାନ ରେଜଲ୍ଟ

ଭୁବନେଶ୍ୱର, ୧୨ା୮(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ଚଳିତବର୍ଷର ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ । ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ପରୀକ୍ଷା ଫଳ ଘୋଷଣା କରିଛନ୍ତି । ଚଳିତବର୍ଷ ୭୦.୨୧ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ନେଇ ସୂଚନା ମିଳିଛି । www.orissaresults.nic.in ଏହି ୱେବସାଇଟରେ ପରୀକ୍ଷା ଫଳ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ହେବ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପାସ୍ କରିଛନ୍ତି ୬୮ହଜାର ୩୭୪ ଛାତ୍ରଛାତ୍ରୀ । ନୟାଗଡ଼ରେ ସର୍ବାଧିକ ୮୬.୫୧ ପ୍ରତିଶତ ପରୀକ୍ଷାର୍ଥୀ ପାସ କରିଛନ୍ତି । ୧୩୭ଜଣ ୯୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି । ଚଳିତଥର +୨ ଛାତ୍ରଙ୍କ ତୁଳନାରେ ପଛରେ ପଡ଼ିଲେ ଛାତ୍ରୀ । ୩୮ହଜାର ୩୦୧ଜଣ ଛାତ୍ର ପାସ କରିଥିବା ବେଳେ ୩୦ହଜାର ୩୭ଜଣ ଛାତ୍ରୀ ପାସ କରିଛନ୍ତି । ଛାତ୍ରଙ୍କ ପାସ ହାର ୩୯ ପ୍ରତିଶତ ଥିବା ବେଳେ ଛାତ୍ରୀଙ୍କ ପାସ ହାର ୩୧ପ୍ରତିଶତ ରହିଛି । ଏହାସହ ୧୫ଟି କଲେଜରେ ରେଜଲ୍ଟ ଶୂନ ରହିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.