fbpx

ବିବାହ ଏକ ବାହାନା, ଚଉଠି ରାତି ଥିଲା ଛଳନା: ମିଛ କହି ୨ ଭାଇଙ୍କୁ ବିବାହ କରି ଲୁଟିଲେ ଦୁଇ ଭଉଣୀ

ଉତ୍ତରପ୍ରଦେଶ: ଗୋଟିଏ ପରିବାରର ଦୁଇ ଭାଇଙ୍କୁ ବିବାହ କଲେ ଅନ୍ୟ ଏକ ପରିବାରର ୨ ଭଉଣୀ । ହେଲେ ଶାଶୂଘର ଲୋକଙ୍କୁ ନିଶାଯୁକ୍ତ କ୍ଷୀରି ଖୁଆଇ ଟଙ୍କା ଓ ସୁନା ଗହଣା ସହ ବିବାହରେ ମିଳିଥିବା ଉପହାର ଧରି ଚମ୍ପଟ ମାରିଲେ ୨ ନବବଧୂ । ଏପରି ଏକ ଅଭାବନୀୟ ଗଟରା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲା ତଣ୍ଡିଯୱା ତାନା ଅନ୍ତର୍ଗତ ଉଦୟନ ଗ୍ରାମରେ । ତେବେ ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ଉଦୟନ ଗ୍ରାମର ପ୍ରଦୀପ ସିଂ(୩୧) ଏବଂ ତାଙ୍କ ସାନଭାଇ କୁଲଦୀପ ସିଂ(୨୮)ଙ୍କ ବିବାହ ସୀତାପୁର ଜିଲ୍ଲା ଜାଲିମପୁର ଗ୍ରାମର ଦୁଇ ଭଉଣୀ ପୂଜା କୁମାରୀ(୩୦) ଓ ଆରତୀ କୁମାରୀଙ୍କ(୨୯) ସହିତ ହୋଇଥିଲା । ତେବେ ସେମାନଙ୍କ ବିବାହରେ ରାଜକୁମାର ନାମକ ଜଣେ ବ୍ୟକ୍ତି ମଧ୍ୟସ୍ଥି ସାଜିଥିଲେ । ଏ ବାବଦକୁ ସେ ୮୦ ହଜାର ଟଙ୍କା ମଧ୍ୟ ନେଇଥିଲେ । ତେବେ

ବିବାହ ଦିନ ରାତିରେ ଶାଶୁଘର ଲୋକେ ନବବଧୂଙ୍କୁ କ୍ଷୀରି ତିଆରି କରିବାକୁ କହିଥିଲେ । ହେଳେ ନବବଧୂଙ୍କର ଯୋଜନା ଅଲଗା ଥିଲା । ସେ ମାନେ କ୍ଷୀରି ପ୍ରସ୍ତୁତ କରି ସେଥିରେ ନିଶାଦ୍ରବ୍ୟ ମିଶାଇ ଶାଶୂଘର ଲୋକଙ୍କୁ ଖାଇବାକୁ ଦେଇଥିଲେ । ଫଳରେ ଏହି କ୍ଷୀରି ଖାଇବା ପରେ ସମସ୍ତେ ଅଚେତ ହୋଇଯାଇଥିଲେ । ତେବେ ଏହାର ସୁଯୋଗ ନେଇ ଦୁଇ ଭଉଣୀ ସମସ୍ତ ଟଙ୍କା ସୁନା ଗହଣା ଏବଂ ଉପହାର ସବୁକୁ ନେଇ ମଧ୍ୟସ୍ଥି ରାଜକୁମାର ସହିତ ଫେରାର ହୋଇଯାଇଥିଲେ । ରାତି ଅଦରେ ଶାଶୂଘର ଲୋକଙ୍କ ଚେତା ଫେରିବା ପରେ ସେମାନେ ପ୍ରକୃତ ସତ ଜାଣି ପାରିଥିଲେ ।

ଏହା ପରେ ବରର ମା’ ତଣ୍ଡିଯୱା ଥାନାରେ ଏ ନେଇ ଅଭିଯୋଗ କରିଛନ୍ତି । ହେବେ ଏହି ଅଭିଯୋଗରେ ସେ ଉଲ୍ଲେଖ କରିଛନ୍ତି ଯେ ମଧ୍ୟସ୍ଥି ରାଜକୁମାର ଦୁଇ ଭଉଣୀଙ୍କର ବାପା ମା’ ନଥିବା କହିଥିଲା । ଏହା ସହିତ ସେମାନେ ଅତ୍ୟନ୍ତ ଗରିବ ଏବଂ ସେମାନେ ସମ୍ପର୍କୀୟଙ୍କ ଘରେ ରହୁଛନ୍ତି । ସେତିପାଇଁ ତାଙ୍କର ଦୁଇ ପୁଅ ସେମାନଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ । କିନ୍ତୁ ବର୍ତ୍ତମାନ ସେମାନଙ୍କ ସହିତ ଧୋକା ହୋଇଛି ।

ମହିଳାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ମଧ୍ୟସ୍ଥି ଜଣଙ୍କ ନିଜ ନାଁ ଭୁଲ କହିଥିବା ପୁଲିସ ସୂଚନା ଦେଇଛି ।

Get real time updates directly on you device, subscribe now.