fbpx
BJD SKY
BJD SKY

ଦଳିତ ନାବାଳକଙ୍କୁ ମାଡ଼ ମାରି ପରିସ୍ରା ପିଆଇଲେ ଗାଁ’ ଯୁବକ, ଶାରିରୀକ ନିର୍ଯାତନା ଦେଇ କାଟି ଦେଲେ..

BJD

ଜୌନପୁର: ଜଣେ ଦଳିତ ନାବାଳକଙ୍କୁ ତାଙ୍କ ଗାଁର ଦୁଇ ଜଣ ଯୁବକ ଅତ୍ୟନ୍ତ ନିର୍ମମ ଭାବେ ମାଡ଼ ମାରିଥିବା ଘଟଣା ସାମ୍ନାକୁ ଆସିଛି। ଏପରିକି ନାବାଳକକୁ ପରିସ୍ରା ପିଇବାକୁ ବାଧ୍ୟ କରିବା ସହ ଶାରିରୀକ ନିର୍ୟାତନା ଦେବା ସହ ଜୋର ଜବରଦସ୍ତ ତା’ ଆଖି ପତାର ବାଳ କାଟି ଦେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଜୌନପୁର ଜିଲ୍ଲା ସୁଜନଗଞ୍ଜ ଥାନା ଅଞ୍ଚଳରେ ଏଭଳି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି। ଘଟଣା ସମ୍ପର୍କରେ ଖବର ପାଇ ଜୌନପୁର ଏସପି ଅଜୟ ପାଲ ଶର୍ମା ତୁରନ୍ତ ନାବାଳକର ଡାକ୍ତରୀ ମାଇନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କ ବିରୋଧରେ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ତେବେ ନାବାଳକର ବାପା ପ୍ରକାଶ କରିଛନ୍ତି ଯେ ଆକ୍ରମଣକାରୀମାନେ ତାଙ୍କୁ ଭୟଭୀତ କରି ଘଟଣା ବିଷୟରେ କର୍ତ୍ତୃପକ୍ଷଙ୍କୁ ନ ଜଣାଇବା ପାଇଁ ଚେଷ୍ଟା କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସୁଜାନଗଞ୍ଜ ପୁଲିସ ପ୍ରଥମେ ତାଙ୍କ ଅଭିଯୋଗକୁ ରୁଜୁ କରିବାକୁ ମନା କରିଦେଇଥିଲା। ପରେ ତାଙ୍କୁ ଜୌନପୁର ଏସପିଙ୍କୁ ମାମଲା ବଢାଇବାକୁ ବାଧ୍ୟ କରିଥିଲା।

ସେପଟେ ତଦନ୍ତ ଜାରି ରହିଥିବା ବେଳେ ନାବାଳକଟି ସେମାନଙ୍କ ପରିବାରର ଜଣେ ଝିଅକୁ ଯୌନ ନିର୍ୟାତନା ଦେଇଛି ବୋଲି ଅଭିଯୁକ୍ତ ପକ୍ଷମାନେ ଅଭିଯୋଗ ଆଣିଛନ୍ତି। ସେମାନେ ଆଇପିସିର ଧାରା ୩୫୪ ଅନୁଯାୟୀ ନାବାଳକ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଛନ୍ତି। ତେବେ ଘଟଣା ସମ୍ପର୍କରେ କୌଣସି ସତ୍ୟତା ଜଣା ପଡିନଥିବା ବେଳେ ଦଳିତ ନାବାଳକ ପ୍ରତି ହୋଇଥିବା ଅମାନୁଷିକ ଅତ୍ୟାଚାରକୁ ନେଇ ସବୁଠି ନିନ୍ଦା ପ୍ରକାଶ ପାଇଛି। ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ସାଧାରଣରେ ଦାବି ହୋଇଛି।

Get real time updates directly on you device, subscribe now.