fbpx
BJD SKY
BJD SKY

BIG BREAKING: ଓଡିଶାରେ ମହାମହିମ, ବୋଇତ ବନ୍ଦାଣ ଉତ୍ସବରେ ହେବେ ମୁଖ୍ୟ ଅତିଥି

BJD

ଭୁବନେଶ୍ୱର: ଓଡିଶାରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିର୍ଦ୍ଧାରିତ ସମୟର ୨୦ ମିନିଟ ପୂର୍ବରୁ ସେ ପହଞ୍ଚିଥିବା ଦେଖିବାକୁ ମିଳିଛି। ବାୟୁ ସେନାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି।

ସୂଚନା ଥାଉକି, ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ରାଷ୍ଟ୍ରପତିଙ୍କ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି। ଆସନ୍ତା ୨୭ ତାରିଖ ସକାଳ ୧୦ଟାରୁ ଏହି ଉତ୍ସବରେ ଯୋଗଦେବେ। ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ହେଉଥିବା ବୋଇତ ବନ୍ଦାଣ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲି କିଛି ଦିନ ପୂର୍ବରୁ ରାଷ୍ଟ୍ରପତିଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା।

Get real time updates directly on you device, subscribe now.