fbpx

ରାଜ୍ୟ ବାହାରକୁ ଗଲା ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ମାମଲା: ଶର୍ମିଷ୍ଠାଙ୍କୁ ଧରିବା ପାଇଁ ଗଢା ହେଲା ସ୍ପେଶାଲ ଟିମ

ଭୁବନେଶ୍ୱର: ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ମାମଲାରେ ଆସିଲା ନୂଆ ଟ୍ୱିଷ୍ଟ । ମୁଖ୍ୟ ଅଭିଯୁକ୍ତ ତଥା ୱେବ ଚ୍ୟାନେଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଧରିବା ପାଇଁ ଅଣ୍ଟା ଭିଡିଛି ଓଡିଶା ପୋଲିସ । ମାମଲା କ୍ରାଇମବ୍ରାଞ୍ଚ ହାତକୁ ଯିବା ପରେ ଘଟଣାର ତଦନ୍ତ ତୀବ୍ର ହେବ ବୋଲି ବଢୁଛି ଆଶା । ଫେରାର ଶର୍ମିଷ୍ଠାଙ୍କୁ ଗିରଫ କରିବା ପାଇଁ ଦୁଇଟି ନୂଆ ସ୍ପେଶାଲ ଟିମ ଗଠନ କରାଯାଇଛି । ରାଜ୍ୟ ବାହାରକୁ ଯାଇ ହତ୍ୟା ମାମଲାର ତଦନ୍ତ କରିବା ପାଇଁ ପଦକ୍ଷେପ ନେଇଛି ପ୍ରଶାସନ ।

କ୍ରାଇବ୍ରାଞ୍ଚ ହାତକୁ ଯାଇଛି ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଏଣିକି କୟାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରିବ ବୋଲି ସୂଚନା ଦେଇଛନ୍ତି ଏଡିଜି ସଂଜୀବ ପଣ୍ଡା । ତେବେ ଏହି ଘଟଣା ତଦନ୍ତ ପ୍ରକ୍ରିୟା ଆଗକୁ ବଢାଇବା ପାଇଁ ୯ ଜଣ ସଦସ୍ୟଙ୍କୁ ନେଇ ୨ଟି ସ୍ପେଶାଲ ଟିମ ଗଠନ କରିଛି କ୍ରାଇମବ୍ରାଞ୍ଚ । ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ରାଜ୍ୟ ବାହାରେ ତିବା ସୂଚନା ମିଳିବା ପରେ ଏକ ବଡ ପଦକ୍ଷେପ ନେବାକୁ ଯାଉଛି କ୍ରାଇମବ୍ରାଞ୍ଚ । ଡିଏସପି କଳ୍ପନା ସାହୁଙ୍କ ନେତୃତ୍ୱରେ ଗୋଟିଏ ଟିମ ରାଜ୍ୟ ଭିତରେ ତଦନ୍ତ କରୁଥିବା ବେଳେ ଆଉ ଏକ ଦଳ ରାଜ୍ୟ ବାହାରେ ଶର୍ମିଷ୍ଠାଙ୍କୁ ଖୋଜିବା ସହ ତଦନ୍ତ ଜାରି ରଖିବ । ତେବେ ଏକାଧିକ ଜିଳ୍ଳାର ସମ୍ପୃକ୍ତିକୁ ନଜରରେ ରଖି ତଦନ୍ତ ପ୍ରକ୍ରିୟା ଆଗେଇବ ବୋଲି କୁହାଯାଇଛି ।

Get real time updates directly on you device, subscribe now.