fbpx
BJD SKY
BJD SKY

ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ସ୍କୁଲରେ ଦିଆଯିବ ନିଟ୍ ଓ ଜେଇଇ କୋଚିଂ, ସବୁ ଅଧ୍ୟକ୍ଷଙ୍କୁ ପଠାଗଲା ଚିଠି

BJD

ଭୁବନେଶ୍ୱର: ରାଜ୍ୟର ସମସ୍ତ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ମିଳିବ ନିଟ୍ ଓ ଜେଇଇ କୋଚିଂ । ଏନେଇ ନିଟ୍/ଜେଇଇ ଆଶାୟୀଙ୍କୁ ଅନଲାଇନ୍ କୋଚିଂ ପାଇଁ ପଦକ୍ଷେପ ନେବାକୁ ଚିଠି ଲେଖାଯାଇଛି । ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ଚିଠି ପଠାଯାଇଛି ।

ସୂଚନା ଅନୁଯାୟୀ, ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କୁ ନିଟ୍ ଓ ଜେଇଇର କୋଚିଂ ଦିଆଯିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି । ଭର୍ଚୁଆଲ୍ କୋଚିଂ ପାଇଁ ବ୍ୟବସ୍ଥା କରିବାକୁ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍ମାର୍ଟ ଟିଭି ସହ ତୁରନ୍ତ ସମସ୍ତ ବନ୍ଦୋବସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.