fbpx

କାଶ୍ମୀର କୁଲଗାଓଁରେ ପୁଣି ଏନକାଉଣ୍ଟର: ପାକିସ୍ତାନୀ ହ୍ୟାଣ୍ଡଲର ସମେତ ଲସ୍କରର ୨ ଆତଙ୍କୀ ଢେର

Advertisement

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ପୁଣି ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିମାଡ । ପୋଲିସର ସୂଚନା ଅନୁସାରେ, ଏହି ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀଙ୍କ ବଳି ଦେଇଛି ଭାରତୀୟ ସୁରକ୍ଷାକର୍ମୀ । ଲସ୍କର-ଏ-ତୋଏବାର ପ୍ରାଣ ହରାଇଥିବା ଏହି ୨ ଆତଙ୍କୀଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ହେଣ୍ଡଲର ମଧ୍ୟ ପ୍ରାଣ ହରାଇଥିବା ଜଣାଯାଇଛି ।

ସୂଚନା ଅନୁସାରେ, ଜମ୍ମୁ କାଶ୍ମୀରର କୁଲଗାମରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ପାଇଥିଲା ପୋଲିସ । ତେବେ ଏହାପରେ ଦକ୍ଷିଣ କାଶ୍ମୀର ଜିଲ୍ଲାର ଚେୟନ ଦେବସର ଅଞ୍ଚଳରେ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ପୋଲିସ । ଏହି ସମୟରେ ଲସ୍କର ଏ ତୋଏବାର କିଛି ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଗୁଳିମାଡ । ଏହି ଗୁଳି ବିନିମୟରେ ଜଣେ ପାକିସ୍ତାନୀ ହେଣ୍ଡଲର ସମେତ ୨ ଜଣ ଆତଙ୍କବାଦୀ ନିହତ ହୋଇତିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ କଶ୍ମୀର ପୋଲିସର ମହାନିର୍ଦ୍ଦେଶକ ବିଜୟ କୁମାର ଏହି ପାକିସ୍ତାନୀ ହ୍ୟାଣ୍ଡଲର ସମ୍ପର୍କରେ ସୂଚନା ଦେଇଛନ୍ତି । ଉତ୍ତର କାଶ୍ମୀରର ହୈଦର ନାମକ ଏହି ଆତଙ୍କବାଦୀ ଗତ ୨ ବର୍ଷ କିମ୍ବା ଅଧିକ ସମୟରୁ ଆତଙ୍କବାଦୀ ସଂଗଠନରେ ସକ୍ରିୟ ଥିଲା । ଅନେକ ଆତଙ୍କୀ ଆକ୍ରମଣ ଏବଂ ବିଭିନ୍ନ ଦଙ୍ଗା ସହ ସେ ଜଡିତ ଥିବା ସେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.