fbpx

ପରଲୋକରେ ପଦ୍ମଶ୍ରୀ ରଜତ କର: ୮୮ ବର୍ଷ ବୟସରେ ତ୍ୟାଗ କଲେ ଇହଧାମ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପରଲୋକରେ ବିଶିଷ୍ଟ ସାହିତ୍ୟିକ ରଜତ କର । ରାଜଧାନୀରେ ଏକ ଘରୋଇ ହସ୍ପିଟାଲରେ ପରଲୋକ । ହୃଦଘାତରେ ପରଲୋକ ନେଇ ପୁଅ ରଞ୍ଜିତ କରଙ୍କ ସୂଚନା । ପଦ୍ମଶ୍ରୀ ସମ୍ମାନରେ ହୋଇଥିଲେ ରଜତ କର । ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ।

୧୯୩୪ ମସିହା ଅକ୍ଟୋବର ୨ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ପଦ୍ମଶ୍ରୀ ରଜତ କର । ଏକାଧାରାରେ ସେ ଥିଲେ ଜଣେ ପ୍ରତିଷ୍ଠିତ ଲେଖକ, ନାଟକ ଲେଖକ, ସମାଲୋଚକ ଏବଂ ପ୍ରଶାସକ । ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାର ଜଣେ ପ୍ରସିଦ୍ଧ ଉଦଘୋଷକ ଭାବରେ ମଧ୍ୟ ଖୁବ୍ ପରିଚିତ ଥିଲେ ପଦ୍ମଶ୍ରୀ କର ।

ପଦ୍ମଶ୍ରୀ କର ଜଣେ ପ୍ରେରଣାଦାୟୀ ବ୍ୟକ୍ତିତ୍ୱ, ଜଣେ କବି ଭାବରେ ମଧ୍ୟ ପରିଚିତ ଥିଲେ । ସେ ୭ ଟି ଅଣ-କାଳ୍ପନିକ ପୁସ୍ତକ ରଚନା କରିଛନ୍ତି । ମହାପ୍ରଭୁ ଜଗନ୍ନାଥ ସଂସ୍କୃତି ଗବେଷକ ଏବଂ ଭଞ୍ଜ ସାହିତ୍ୟର ବିଶିଷ୍ଟ ବ୍ୟାଖ୍ୟାକାର ଭାବରେ ସେ ଖୁବ୍ ପରିଚିତ । ୧୯୫୬ ମସିହାରେ ଉକ୍ରଳ ବିଶ୍ୱବିଦ୍ୟାଳୟର ଅର୍ଥନୀତିରେ ସ୍ନାତକୋତ୍ତର ହାସଲ କରିଥିଲେ । ପଦ୍ମଶ୍ରୀ କର ଗତ ୬ ଦଶନ୍ଧିରୁ ଅଧିକ ସମୟ ଧରି ଉଭୟ ଟେଲିଭିଜନ ଏବଂ ରେଡିଓରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାର ଭାଷ୍ୟକାର ଭାବରେ ଖ୍ୟାତି ଲାଭ କରିଥିଲେ ।

ବାଗ୍ମୀ ରଜତ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିବା ସହ କହିଛନ୍ତି ଓଡ଼ିଆ ସାରସ୍ୱତ ଜଗତକୁ ବହୁ ଭାବରେ ସମୃଦ୍ଧ କରିଛନ୍ତି ପ୍ରଦ୍ମଶ୍ରୀ ରଜତ କର । ଭଞ୍ଜ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ରହିଥିଲା । ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାରରେ ତାଙ୍କ ଅବଦାନ ଅବିସ୍ମରଣୀୟ । ସଦାସର୍ବଦା ସ୍ମରଣୀୟ ରହିବେ ରଜତ କର । ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା ଓଡ଼ିଶା ।

Get real time updates directly on you device, subscribe now.