fbpx

୨ ଲସ୍କର ଆତଙ୍କବାଦୀ ନିହତ

ଶ୍ରୀନଗର,୨୨ ।୨: ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲାର ବିଜବେହରାରେ ଗତକାଲି ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଲସ୍କର-ଏ-ତଇବାର ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ନବୀଦ ଭଟ୍ଟ ଓ ଆକିବ ୟାସିନ ନାମକ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀଙ୍କ ନିକଟରୁ ଏକେ-୪୭ ଓ ଗୁଳି ଜବତ ହୋଇଛି ।

Get real time updates directly on you device, subscribe now.