fbpx
BJD SKY
BJD SKY

୧୦୨ ବର୍ଷ ପର୍ଯ୍ୟନ୍ତ କବରରେ ରହିଲା ୨ ବର୍ଷର ଝିଅ: ଏବେ ଲୋକଙ୍କୁ ଦେଖି ନଚାଉଛି ଆଖି !

BJD

ନୂଆଦିଲ୍ଲୀ: କାହାର ବି ମୃତ୍ୟୁ ପରିବାର ପାଇଁ ଏକ ଅପୂରଣୀୟ କ୍ଷତି, ଯାହାକୁ କେବେ ବି ପୂରଣ କରାଯାଇ ପାରିବ ନାହିଁ । ପ୍ରାଚୀନ କାଳରେ, ବିଶେଷତ ଇଜିପ୍ଟରେ ମମିର କନସେପ୍ଟ ଦୀର୍ଘ ସମୟ ଧରି ରହିଆସିଛି । ଏଥିରେ ମୃତ୍ୟୁ ପରେ ମୃତ ଶରୀର ଉପରେ ଏକ ସ୍ୱତନ୍ତ୍ର ପ୍ରକାରର ଲେପ ଦିଆଯାଇଥାଏ । ଫଳରେ ଶରୀର ନଷ୍ଟ ହୁଏ ନାହିଁ । କୁହାଯାଏ, କି, ଏପରି କରିବା ଦ୍ୱାରା ମୃତ୍ୟୁ ପରେ ପୁଣି ଜୀବିତ ହୋଇପାରନ୍ତି । ଏହି କାରଣରୁ ଶରୀରକୁ ସଂରକ୍ଷିତ କରାଯାଇଥାଏ ।

ତେବେ ଖନନ ସମୟରେ ପ୍ରାୟ ଆଠ ହଜାର ମମି ମିଳିଥିଲା । ଏଥିରେ ଦୁଇ ବର୍ଷର ରୋଜାଲିଆଙ୍କ ଶରୀର ଥିଲା । ଇଟାଲୀର ଉତ୍ତର ସିସିଲିରେ ଥିବା ପାଲେରମୋର କାପୁଚିନ୍ କାଟାକମ୍ବରେ ଏହି ସବୁ ସଂରକ୍ଷିତ କରାଯାଇଛି । ରୋଜାଲିଆଙ୍କ ମମି ପର୍ଯ୍ୟଟକଙ୍କ ଡିସପ୍ଲେ ପାଇଁ ଲଗାଯାଇଛି । କୁହାଯାଉଛି କି, ଏହି ମମି ଲୋକଙ୍କ ଆଡକୁ ଚାହିଁ ଆଖି ପତା ଉପରତଳ କରୁଛି ।ଲୋକମାନେ ଏହାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଆସୁଛନ୍ତି । ଏହାର କାରଣ କ’ଣ, ଏହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । କିନ୍ତୁ ଲୋକମାନେ ମମିର ସୁନ୍ଦରତାକୁ ମଧ୍ୟ ଦେଖିବା ପାଇଁ ଧାଇଁ ଆସୁଛନ୍ତି । ଶିଶୁର ମମି ଦେଖି ସେ ଶୋଇଥିବା ପରି ଲାଗୁଛି । ବିଶେଷଜ୍ଞମାନେ ମଧ୍ୟ ତାଙ୍କ ଆଖିପତା ପକାଇବା ଘଟଣାକୁ ନେଇ ସଫେଇ ଦେଇଛନ୍ତି ।

ରୋଜାଲିଆଙ୍କ ମୃତ୍ୟୁ ବିଷୟରେ କୁହାଯାଇଛି ଯେ ସେ ନିମୋନିଆରେ ମୃତ୍ୟୁ ବରଣ କରିଥିଲେ । ଜନ୍ମଦିନର ଏକ ସପ୍ତାହ ପୂର୍ବରୁ ରୋଜାଲିଆଙ୍କର ମୃତ୍ୟୁ ହୋଇଥିଲା । ତାଙ୍କ ପରିବାର ସଦସ୍ୟ ମମିଙ୍କୁ ରକ୍ଷା କରିଥିଲେ । ଏବେ ଏହାକୁ ଇଟାଲୀରେ ଡିସପ୍ଲେରେ ଲଗାଯାଇଛି । ଶହେ ବର୍ଷ ପରେ ମଧ୍ୟ ଏପରି ଲାଗୁଛି, ଯେପରି ଝିଅଟି କବନରେ ଶୋଇଛ । ତାଙ୍କ ଶରୀରକୁ ଏକ ଗ୍ଲାସ୍ କଫିନରେ ରଖାଯାଇଛି । ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏହାକୁ ଦେଖିବାକୁ ଆସୁଛନ୍ତି ।

ରୋଜାଲିଆଙ୍କ ମମି ବିଷୟରେ କୁହାଯାଏ ଯେ, ସେ ପର୍ଯ୍ୟଟକଙ୍କୁ ଦେଖି ନିଜ ଆଖି ପତା ପକାନ୍ତି । ତେବେ ବିଶେଷଜ୍ଞମାନେ କହିଛନ୍ତି ଯେ, ଏସବୁ ଆଲୋକର ଚମତ୍କାର । ସେପରି କିଛି ନାହିଁ । ମମି ଉପରେ ଥିବା ଆଲୋକ ଏପରି ଢ଼ଙ୍ଗରେ କରାଯାଇଛି ଯେ ମମିର ଆଖି ଖୋଲା ଥିବା ଜଣାପଡେ । ତେବେ ଯେଉଁଠାରେ ରୋଜାଲିଆଙ୍କ ଶରୀର ରଖାଯାଇଛି, ସେଠାରେ ପ୍ରାୟ ଆଠ ହଜାର ମମି ଉପସ୍ଥିତ ଅଛନ୍ତି । ଏଥିମଧ୍ୟରୁ ୧୬୩ ପିଲା ମମି ଅଟନ୍ତି । ଅନେକ ମମିର କେବଳ ଅସ୍ଥି ରହିଛି, କିନ୍ତୁ ରୋଜାଲିଆଙ୍କ ମମି ଏବେ ବି ସୁରକ୍ଷିତ ରହିଛି ।

Get real time updates directly on you device, subscribe now.