fbpx

ଭୟଙ୍କର ସ୍ଥିତିରେ ଭାରତ: ଆଗାମୀ ଦିନରେ ଦେଶର ୭୦ ପ୍ରତିଶତ ଚାକିରି ଲୋପ ପାଇବ, କ’ଣ ହେବ ଯୁବପୀଢ଼ିଙ୍କ ଅବସ୍ଥା

ନୂଆଦିଲ୍ଲୀ: ଆଗାମୀ ଦିନରେ ଭାରତରେ ଘୋର ଚାକିରି ସମସ୍ୟା ସୃଷ୍ଟି ହେବ । ଏନେଇ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ଆସିଛି । ରିପୋର୍ଟ ମୁତାବକ, ପାଖାପାଖି ୬୯ ପ୍ରତିଶତ ଚାକିରି ବିପଦ ମଧ୍ୟକୁ ଠେଲି ହୋଇଯିବ । ଅଟୋମେଶନ ପାଇଁ ଏହି ସମସ୍ୟା ଉପୁଜିବ । ଆସନ୍ତା ୨୦ ବର୍ଷ ମଧ୍ୟରେ ସରକାର ୧୬ କୋଟି ଶ୍ରମିକଙ୍କୁ କର୍ମ କ୍ଷେତ୍ରରେ ଯୋଡ଼ିବା ପାଇଁ ପ୍ରୟାସ କରୁଥିବା ବେଳେ ଏହାର କୁପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡ଼ିବ । ୨୦୪୦ ସୁଦ୍ଧା ୬.୩ କୋଟି ଚାକିରି ଲୋପ ପାଇବାର ଆଶଙ୍କା ରହିଛି ।

ବର୍ତ୍ତମାନ ଭାରତୀୟ ୱାର୍କି ପପୁଲେସନର ଆଭରେଜ ଆୟୁଷ ୩୮ ବର୍ଷ ରହିଥିବା ବେଳେ ଆଗାମୀ ଦିନରେ ଦେଶର ଶ୍ରମଶକ୍ତି ହ୍ରାସ ପାଇ ୪୧ ପ୍ରତିଶତକୁ ଖସି ଆସିବ । ଅଟୋମେଶନ କାରଣରୁ ଭାରତ ସମେତ ଅନ୍ୟ କିଛି ଦେଶରେ ଏଭଳି ସ୍ଥିତି ଉପୁଜିବ । ଭାରତ, ଚୀନ, ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ ଓ ଜାପାନରେ କାର୍ଯ୍ୟ କରୁଥିବା ଜନସଂଖ୍ୟା ବିପଦରେ ରହିଛି ।

ତେବେ ଆମେରିକା ଓ ୟୁରୋପ ତୁଳନାରେ ଏହି ରାଷ୍ଟ୍ରମାନଙ୍କରେ ଅଟୋମେଶନର ପ୍ରଭାବ ଅଧିକ ରହିବ । ନିର୍ମାଣ ଓ କୃଷି କ୍ଷେତ୍ର ପରି ସମ୍ବେଦନଶୀଳ କ୍ଷେତ୍ରର ୨୪.୭ କୋଟିରୁ ଅଧିକ ଚାକିରି ବିପଦ ଆଡ଼କୁ ଚାଲିଯିବ ।୨୦୪୦ ସୁଦ୍ଧା ଚୀନରେ କାର୍ଯ୍ୟ କରୁଥିବା ଜନସଂଖ୍ୟା ହାର ୧୧ ପ୍ରତିଶତ ହ୍ରାସ ପାଇବ ଓ ଅଟୋମେଶନ କାରଣରୁ ୭ ପ୍ରତିଶତ ଚାକିରି ସମାପ୍ତ ହୋଇଯିବ । ୨୦୨୦ରୁ ୨୦୪୦ ମଧ୍ୟରେ ଜାପାନରେ କାର୍ଯ୍ୟ କରୁଥିବା ଜନସଂଖ୍ୟା ୧୯ ପ୍ରତିଶତ ହ୍ରାସ ପାଇବ ।

Get real time updates directly on you device, subscribe now.