fbpx

୮ ବର୍ଷ ପର୍ଯ୍ୟନ୍ତ ସ୍ୱାମୀ-ସ୍ତ୍ରୀ ପରି ରହୁଥିଲେ ୨ ଯୁବକ, ପୋଷ୍ଟମୋର୍ଟମ ରିପୋର୍ଟରୁ ହେଲା ଖୁଲାସା

ବର୍ଷେ କି ୨ ବର୍ଷ ନୁହେଁ, ଦୀର୍ଘ ୮ ବର୍ଷ ଧରି ୨ ସ୍ୱାମୀ-ସ୍ତ୍ରୀ । କିନ୍ତୁ ସେମାନେ ୨ ପୁରୁଷ ବୋଲି କାହାକୁ ସନ୍ଦେହ ହେଉନଥିଲା । ଆପଣ ବି ସେମାନଙ୍କ ଫଟୋ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସେମାନଙ୍କ ପୋଷ୍ଟମୋର୍ଟମ ରିପୋର୍ଟରୁ ଏହାର ଖୁଲାସା ହୋଇଛି ।

ତେବେ ମଧ୍ୟପ୍ରଦେଶର ସେହୋର ଜିଲ୍ଲାରେ ଏକ ପୋଷ୍ଟମୋର୍ଟମ ରିପୋର୍ଟରୁ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ସେଠାରେ ୨ ଜଣ ପୁରୁଷ ଗୁପ୍ତରେ ବାହାହୋଇ ଜୀବନଯାପନ କରୁଥିଲେ । ଏହା ସହ ସେମାନେ ବାହାଘର ପରେ ଏହି ରହସ୍ୟ ଲୁଚାଇ ଶିଶୁପୁତ୍ରକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । କିନ୍ତୁ ୨ ଦୁହିଁଙ୍କ ମଧ୍ୟରେ କିଛି କାରଣ ଯୋଗୁଁ ବିବାଦ ସୃଷ୍ଟି ହୋଇଥିଲା । ଫଳରେ ପତ୍ନୀ ନିଜ ଦେହରେ ନିଆଁ ଲଗାଇଦେଲେ । ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ମଧ୍ୟ ନିଆକୁ ଡେଇଁ ପଡିଥିଲେ । ଚିକିତ୍ସିତ ଅବସ୍ଥାରେ ଦୁହିଁଙ୍କ ମୃତ୍ୟୁ ହୋଇଥିଲା । କିନ୍ତୁ ପୋଷ୍ଟମୋର୍ଟମ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଥିଲା ।

ପୋଲିସକୁ ମିଳିଥିବା ମହିଳାଙ୍କ ରିପୋର୍ଟରୁ ଜଣାପଡିଲା କି, ସେ ମହିଳା ନୁହେଁ, ବରଂ ପୁରୁଷ ଥିଲେ । କୁହାଯାଉଛି ଯେ, ଶୁଜାଲପୁର ବାସିନ୍ଦା ବିକ୍ରମ ସିଂ ସେୱାଡଙ୍କୁ କାଳାପୀପଲ ଭେସୱାରେ ରହୁଥିବା ଦେବକୁୱର ସହ ପ୍ରେମ ହୋଇଥିଲା । ଦୁହେଁ ବାହା ହେବାକୁ ଚାହୁଁଥିଲା ବେଳେ ଦେବକୁୱରଙ୍କ ପରିବାର ଲୋକଙ୍କ ସହମତି ନଥିଲା । ଫଳରେ ଦୁହେଁ ପ୍ରେମ ବିବାହ କରି ସେହୋରରେ ରହିବାକୁ ଲାଗିଲେ । ପରିବାର ଲୋକେ ଛୁଆ ପାଇଁ ଚାପ ପକାଇବାରୁ ଦୁହେଁ ବଡଭାଇଙ୍କ ପୁଅକୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲେ । କିନ୍ତୁ ସାମାନ୍ୟ ଝଗଡା ଯୋଗୁଁ ସେମାନଙ୍କ ୮ ବର୍ଷର ସମ୍ପର୍କ ପାଉଁଶରେ ମିଶିଗଲା ।

Get real time updates directly on you device, subscribe now.