fbpx

ଇବ୍ ନଦୀରେ ୨ ଯୁବକ ନିଖୋଜ; ଜାରି ରହିଛି ଉଦ୍ଧାର କାର୍ଯ୍ୟ

ସୁନ୍ଦରଗଡ଼: ଇବ୍ ନଦୀରେ ଭାସି ଯାଇ ଦୁଇ ଜଣ ଯୁବକ ନିଖୋଜ ହୋଇଛନ୍ତି । ଜଣେ ଉଦ୍ଧାର ହୋଇଥିବା ଜଣା ପଡ଼ିଛି । ଏଭଳି ଅଘଟଣ ତଳସରା ଥାନା କନାକୁଣ୍ଡ ପର୍ଯ୍ୟଟନସ୍ଥଳୀରେ ଘଟିଯାଇଛି । ସୂଚନା ଅନୁଯାୟୀ ପିକନିକ୍ ପାଇଁ ଝାରସୁଗୁଡ଼ାରୁ ଯୁବକମାନେ ଆସିଥିଲେ । ତେବେ ଇବ୍ ନଦୀରେ ଗାଧୋଇବା ବେଳେ ଭାସି ଯାଇଥିବା ଜଣା ପଡ଼ିଛି । ପଥର ଚଟାଣରେ ଲାଗିଯାଇ ଜଣେ ଯୁବକ ଉଦ୍ଧାର ହୋଇଛନ୍ତି ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟଲୋକଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ପିକନିକ୍ ପାଇଁ ବର୍ତ୍ତମାନ ଲୋକମାନେ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଯାଉଛନ୍ତି । ପିକନିକ୍ ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ କୁହାଯାଉଥିଲେ ମଧ୍ୟ ଏହାକୁ କେହି ଗୁରୁତ୍ୱ ଦେଉ ନାହାନ୍ତି । ଫଳରେ ଏଭଳି ଦୁର୍ଘଟଣାର ଶିକାର ହେଉଛନ୍ତି ।

Get real time updates directly on you device, subscribe now.