fbpx

କଲେଜରେ କ୍ୟାମ୍ପସରେ ଛାତ୍ରଙ୍କୁ ନିସ୍ତୁକ ମାଡ଼, ଆହତ ଛାତ୍ର ମେଡ଼ିକାଲ ରେ ଭର୍ତ୍ତି

ଭୁବନେଶ୍ୱର: ଭୁବନେଶ୍ୱରର ପ୍ରସିଦ୍ଧ ବିଜେବି କଲେଜରେ ପ୍ରେମ ବ୍ୟାପାରକୁ ନେଇ ପୁଣି ବିବାଦ ଦେଖିବାକୁ ମିଳିଛି । ତେବେ ଏହି ଘଟଣା ରେ ଜଣେ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମରା ଯାଉଥିବାର ଭିଡ଼ିଓ ଏବେ ଖୁବ ଭାଇରଲ ହେଉଛି। ଘଟଣାର ଭିଡିଓ ମଧ୍ୟ ଗଣମାଧ୍ୟମର ହସ୍ତଗତ ହୋଇଛି। ଜଣେ ଛାତ୍ରଙ୍କୁ ଅନ୍ୟ କେତେକ ଛାତ୍ର ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାକୁ ମାଡ଼ ମାରୁଥିବା ଦେଖିବାକୁ ମିଳିଛି।

ଏହି ଘଟଣାରେ କିଛି ୟୁନିଫର୍ମରେ ଥିବା ଛାତ୍ର ଆଉ କିଛି ବିନା ୟୁନିଫର୍ମରେ ଥିବା ଛାତ୍ର ମାଡ ମାରୁଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିବାର ମଧ୍ୟ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ ଦ୍ୱିତୀୟ ବର୍ଷର ଛାତ୍ରମାନଙ୍କ ଆକ୍ରମଣରେ ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉକ୍ତ ଛାତ୍ରଙ୍କୁ ଜିକିତ୍ସା ଲାଗି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଛାତ୍ରଙ୍କ ପରିବାରବର୍ଗଙ୍କ ପକ୍ଷରୁ ଏ ନେଇ ବଡଗଡ଼ ଥାନାରେ ଅଭିଯୋଗ କରାଯାଇଛି। ତେଣୁ କଲେଜ ପରିସରରେ ଘଟିଥିବା ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ କଲେଜ ।କର୍ତ୍ତୃପକ୍ଷ ଏହି ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ପିଲା ମାନଙ୍କ ଚିହ୍ନଟ କରାଯାଇନାହିଁ । ତେବେ ଶିକ୍ଷା ଅନୁଷ୍ଠାନରେ ଦିନକୁ ଦିନ ଏହିଭଳି ଅପରାଧ ବୃଦ୍ଧି ପାଇବାରେ ଲାଗିଛି ।

 

Get real time updates directly on you device, subscribe now.