fbpx

Video: ରୋଗୀ ଶୋଇଥିବା ବେଡରେ କୁକୁର ଖାଉଛି ବିସ୍କୁଟ; ଡାକ୍ତରଖାନା ଭିତରେ ବୁଲୁଛି ଗାଈ

ରୋଗୀ ନିଜ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇଥାଏ । ଡାକ୍ତରଖାନାକୁ ପରିଷ୍କାର ପରିଚ୍ଛନ ରଖା ନଗଲେ ରୋଗ ବ୍ୟାପିବାର ଆଶଙ୍କା ରହିଥାଏ । କିନ୍ତୁ ଯଦି ଡାକ୍ତରଖାନାରେ କୁକୁର ଏବଂ ଗାଈ ବୁଲୁଥିବାର ଦେଖାଯାଏ । ତେବେ ଏହା ଆମ ପାଇଁ ନିଶ୍ଚିତ ଭାବେ ନିନ୍ଦନୀୟ ହେବ । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏକ ଡାକ୍ତରଖାନାରେ ରୋଗୀ ଶୋଇଥିବା ଶଯ୍ୟାରେ ଗୋଟିଏ କୁକୁର ବିସ୍କୁଟ ଖାଉଥିଲା ବେଳେ ଡାକ୍ତରଖାନା ପରିସରରେ ଗାଈ ବୁଲୁଥିବାର ନଜର ଆସିଥିଲା । ତେବେ ଏଭଳି ଘଟଣା ଉତ୍ତରପ୍ରଦେଶର ବୃନ୍ଦା ଜିଲ୍ଲା ଡାକ୍ତରଖାନାରେ ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅବହେଳା ଏଠାରେ ସ୍ପଷ୍ଟ ଦେଖାଯାଉଛି । ଉନ୍ନତ ଚିକିତ୍ସା ଆଶାରେ ପହଞ୍ଚୁଥିବା ରୋଗୀମାନେ ମଧ୍ୟ ନିରାଶ ହୋଇଯାଉଛନ୍ତି । ଏଭଳି ଅବହେଳା ମାମଲା ବୃନ୍ଦା ଜିଲ୍ଲା ଡାକ୍ତରଖାନାରୁ ସାମ୍ନାକୁ ଆସିଛି । ଜିଲ୍ଲା ଡାକ୍ତରଖାନାର ଟ୍ରମା ସେଣ୍ଟର୍ ୱାର୍ଡ ଭିତରେ କୁକୁର ଏବଂ ଗାଈ ବୁଲୁଥିବା ଦେଖାଯାଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ରୋଗୀର ଶଯ୍ୟାରେ ଗୋଟିଏ କୁକୁର ବିସ୍କୁଟ ଖାଉଥିବା ଦେଖିବାକୁ ମିଳିଥିଲା । ଏଥି ସହିତ ରୋଗୀ ଏବଂ ସେବାୟତମାନଙ୍କ ମଧ୍ୟରେ ଏକ ଗାଈ ମଧ୍ୟ ବୁଲୁଥିବାର ଦେଖାଯାଇଥିଲା । ବଡ କଥା ହେଉଛି ଯେ କୌଣସି ସ୍ୱାସ୍ଥ୍ୟ କର୍ମୀ ଏହି ଗାଈ ଓ କୁକୁରଙ୍କୁ ଘଉଡାଇବା ପାଇଁ ଦେଖାଯାଇ ନଥିଲା । ତେବେ ଏହି ପ୍ରସଙ୍ଗରେ ଜିଲ୍ଲା ଡାକ୍ତରଖାନାର ସିଏମ୍ଏସ୍ ବିଷୟରେ ଆଲୋଚନା ହୋଇଥିବାବେଳେ ସେ କହିଛନ୍ତି ଯେ ଏହି ମାମଲା ତାଙ୍କ ନଜରକୁ ଆସିଛି ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସୋସିଆଲ ମିଡିଆରେ କୁକୁର ଏବଂ ଗାଈ ଡାକ୍ତରଖାନାରେ ବୁଲୁଥିବାର ଅନେକ ଭିଡିଓ ଭାଇରାଲ ହୋଇଥିବା ନୂଆ ନୁହେଁ । ଏହାପୂର୍ବରୁ ମଧ୍ୟ ଏହି ଡାକ୍ତରଖାନାରୁ ସମାନ ଚିତ୍ର ସାମ୍ନାକୁ ଆସିସାରିଛି । ଏହି ପ୍ରସଙ୍ଗରେ ଉଚ୍ଚ ପଦାଧିକାରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇଥିଲା । କିନ୍ତୁ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏଠାରେ ରୋଗୀମାନେ ଅନେକ ସମସ୍ୟାର ସାମ୍ନା କରିଥାନ୍ତି ।
ଜିଲ୍ଲା ଡାକ୍ତରଖାନାରୁ କୁକୁର ଏବଂ ଗାଈ ବୁଲୁଥିବା ଭିଡିଓ ସମ୍ପର୍କରେ ସାମାଜିକ କର୍ମୀ ଏଏସ୍ ନୋମାନି କହିଛନ୍ତି ଯେ ଡାକ୍ତରଖାନା ଭିତରେ କୁକୁର ଓ ଗାଈ ବୁଲୁଥିବାର ଭାଇରାଲ୍ ଭିଡିଓଟି ଆମେ ଦେଖିସାରିଛୁ । ଯଦି ଏହି କୁକୁର ରୋଗୀ ଉପରେ ଆକ୍ରମଣ କରେ ତେବେ ଏଥିପାଇଁ କିଏ ଦାୟୀ ରହିବ । ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ଗ୍ରହଣ କରି ପ୍ରଥମେ ଏହି ପ୍ରସଙ୍ଗରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରାଯିବ ଏବଂ ଯଦି ଏହି ପ୍ରସଙ୍ଗରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ, ତେବେ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଏହି ମାମଲା ନିଆଯିବ ବୋଲି ସେ କହିଛନ୍ତି ।

ଏଥି ସହିତ, ଯେତେବେଳେ ଜିଲ୍ଲା ଡାକ୍ତରଖାନାର ସିଏମ୍ଏସ୍ ଡାକ୍ତର ଏସ୍.ଏନ୍ ମିଶ୍ରଙ୍କ ସହ କଥାବାର୍ତ୍ତା ହୋଇଥିଲା, ସେତେବେଳେ ସେ କହିଥିଲେ ଯେ ଏହି ଭିଡିଓ ମଧ୍ୟ ମୋ ନଜରକୁ ଆସିଛି । ଏହି ପଶୁମାନେ ଏଠାରେ କିପରି ପହଞ୍ଚଥିଲେ ସେ ସମ୍ପର୍କରେ ମୁଁ ଯାଞ୍ଚ କରୁଛି । ଯେଉଁମାନେ ଏଥିରେ ଦୋଷୀ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.