କଟକ: କଟକ ସହରରୁ ଏକ ବଡ ଅଘଟଣ ଖବର ସାମ୍ନାକୁ ଆସିଛି। ଏହି ଅଭାବନୀୟ ଘଟଣା ଗାଧୋଇବା ସମୟରେ ଘଟିଥିବା ଜଣାପଡିଛି । ସୂଚନା ମୁତାବକ, କାଠଯୋଡି ନଦୀରେ 2 ଯୁବକ ବୁଡି ନିଖୋଜ ଅଛନ୍ତି। ସିଡିଏ ବୀରେନ ମିତ୍ର ପାର୍କ ନିକଟରେ ଘଟିଯାଇଛି ଏଭଳି ଘଟଣା।
2 ଯୁବକ କାଠଯୋଡ଼ି ନଦୀକୁ ଗାଧୋଇବାକୁ ଯାଇଥିଲେ କିନ୍ତୁ ଆଉ ଫେରିନଥିଲେ। ପରିବାର ଲୋକେ ଯେତେବେଳେ ଖୋଜାଖୋଜି ଆରମ୍ଭ କଲେ ସେତେବେଳେ ଜାଣିବାକୁ ପାଇଲେ ଯେ, ଗାଧୋଇବା ସମୟରେ ସେମାନେ ନଦୀରେ ବୁଡ଼ିଯାଇଛନ୍ତି। ନଦୀରେ ଖୋଜାଖୋଜି ଜାରି ରହିଛି।