fbpx

୨.୦ ଦେଲା ଖୁସି- ୩.୦ ଦେଲା ଝଟକା! ଏଥର ମୋଦୀ କ୍ୟାବିନେଟରୁ ବାଦ୍ ପଡ଼ିବେ ୨୦ ଜଣ ହେଭିୱେଟ୍! ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ଆଜି ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ କ୍ୟାବିନେଟରେ ଅନେକ ନୂଆ ଚେହେରାଙ୍କୁ ସୁଯୋଗ ମିଳିବ । ସେଥିପାଇଁ ସମ୍ଭାବ୍ୟ ମନ୍ତ୍ରୀମାନଙ୍କ ନିକଟକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରୁ ଫୋନ୍ କଲ୍ ଯାଇଥିଲା । ଓଡ଼ିଶାର କିଛି ସାଂସଦ ମଧ୍ୟ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାର ସମ୍ଭାବନା ରହିଛି । ତେବେ ସବୁଠାରୁ ଦୁଃଖର ବିଷୟ ଏହା ଯେ ମୋଦୀଙ୍କ କ୍ୟାବିନେଟ ୨.୦ରେ ସ୍ଥାନ ପାଇଥିବା ଅନେକ ହେଭିୱେଟ ୩.୦ କ୍ୟାବିନେଟରୁ ବାଦ୍ ପଡ଼ିବାକୁ ଯାଉଛିନ୍ତି ।

ସଦ୍ୟ ରିପୋର୍ଟ ମୁତାବକ, ଗତ ସରକାରରେ ସାମିଲ ହୋଇଥିବା ଏପରି ଅନେକ ନେତା ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଠାରୁ ନିମନ୍ତ୍ରଣ ପାଇ ନାହାନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଏଥର ନିର୍ବାଚନରେ ପରାଜୟ ବରଣ କରିଥିଲେ । ସେମାନଙ୍କ ମଧ୍ୟରେ ଅଜୟ ଭଟ୍ଟ, ସାଧୱୀ ନିରଞ୍ଜନ ଜ୍ୟୋତି, ମୀନାକ୍ଷୀ ଲେଖୀ, ରାଜକୁମାର ରଞ୍ଜନ ସିଂହ, ଜେନେରାଲ ଭିକେ ସିଂହ, ଆରକେ ସିଂହ, ଅର୍ଜୁନ ମୁଣ୍ଡା, ସ୍ମୃତି ଇରାନୀ, ଅନୁରାଗ ଠାକୁର, ରାଜୀବ ଚନ୍ଦ୍ରଶେଖର, ନିଶୀଥ ପ୍ରମାଣିକ, ଅଜୟ ମିଶ୍ରା ଟେନି, ସୁଭାଷ ସରକାର, ଜନ ବାର୍ଲା, ଭାରତୀ ପୱାର, ଅଶ୍ୱିନୀ ଚୌବେ, ରାଓସାହେବ ଦାନବେ, କପିଲ ପଟେଲ, ନାରାୟଣ ରାଣେ, ଭଗବତ କରାଡ଼ ପ୍ରମୁଖ ରହିଛନ୍ତି ।

Get real time updates directly on you device, subscribe now.