fbpx

ଆଫଗାନିସ୍ତାନରେ ଡଙ୍ଗା ଓଲଟିବାରୁ ବଡ଼ ଦୁର୍ଘଟଣା, ପାଣିରେ ବୁଡି ୨୦ ମୃତ

ଜଲାଲାବାଦ: ଆଫଗାନିସ୍ତାନର ପୂର୍ବ ପ୍ରଦେଶର ନାଙ୍ଗରହାର ପ୍ରଦେଶରେ ଏକ ଡଙ୍ଗା ଓଲଟିବାରୁ ଶନିବାର ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ ଏକ ଡଙ୍ଗା ନଦୀରେ ବୁଡ଼ିଗଲା ଯେଉଁଥିରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି ।

ଅଲଜଜିରା ରିପୋର୍ଟ ଅନୁସାରେ, ନାଙ୍ଗରହାର ପ୍ରଦେଶର ସୂଚନା ବିଭାଗର ମୁଖ୍ୟ କୁରୈଶି ଟ୍ୱିଟରରେ ଏକ ପୋଷ୍ଟରେ କହିଛନ୍ତି ଯେ, ମହିଳା ଏବଂ ଶିଶୁ ଭର୍ତ୍ତି ଏକ ଡଙ୍ଗା ସକାଳ ୭ଟାରେ ମୋମଣ୍ଡ ଦାରା ଜିଲ୍ଲାର ବାସୱାଲ ଅଞ୍ଚଳରେ ବୁଡ଼ି ଯାଇଥିଲା ।

ପାଞ୍ଚ ଜଣଙ୍କୁ ଉଦ୍ଧାର କରାଯାଇଛି :-

ଅନ୍ୟପଟେ ଖାମା ପ୍ରେସ ରିପୋର୍ଟ ଅନୁଯାୟୀ ପାଞ୍ଚଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ ବାକି ସମସ୍ତଙ୍କୁ ଖୋଜା ଚାଲିଛି । ଏଥିସହ ପାଞ୍ଚ ଜଣଙ୍କୁ ବୁଡ଼ିଯିବାରୁ ଉଦ୍ଧାର କରାଯାଇଛି । ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଉଛି ।

Get real time updates directly on you device, subscribe now.