fbpx

ଏଣିକି ୨୦ ଟଙ୍କା କମ୍ ରେ ମିଳିବ ପେଟ୍ରୋଲ: ଚାଳକଙ୍କୁ କେବଳ ଏହି ଦିନକୁ ଅପେକ୍ଷା…

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ଦିନରୁ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ପାଇଛି । ତେବେ କିଛି ଦିନର ଚଢା ମୂଲ୍ୟ ପରେ ପ୍ରାୟ ବର୍ଷେ ହେବ ଏହା ସ୍ଥିର ରହିଥିବା ରେକର୍ଡ କରାଯାଇଛି । କିନ୍ତୁ ବର୍ତ୍ତମାନ ଏହା ଶସ୍ତାରେ ମିଳିପାରିବ । ଗାଡ଼ି ଚାଳକଙ୍କୁ ପ୍ରାୟ ୨୦ ଟଙ୍କା ଶସ୍ତାରେ ମିଳିପାରେ ପେଟ୍ରୋଲ । ୨୦୨୪ ମସିହାରେ ହିଁ ପେଟ୍ରୋଲରେ ଏହି ମୂଲ୍ୟହ୍ରାସ ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି । ଯାହା ୨୦୨୫ରେ ଆହୁରି ତଳକୁ ଖସିପାରେ ଏବଂ ବ୍ୟାରେଲ ପିଛା ଏହି ମୂଲ୍ୟ ୬୦ ଡଲାରରେ ପହଞ୍ଚିବାର ସମ୍ଭାବନା ରହିଛି ।

ସିଟି ଆମେରିକା ଇନଭେଷ୍ଟମେଣ୍ଟ ବ୍ୟାଙ୍କ ସିଟି ଗୃପର ସିଟି ରିସର୍ଚ୍ଚ ଅନୁସାରେ, ଏଭଳି ଏକ ଭବିଷ୍ୟବାଣୀ କରାଯାଇଛି । ତେଣୁ ଏହି ଭବିଷ୍ୟବାଣୀକୁ ସତରେ ଦେଖିବାକୁ ପ୍ରାୟ ଦେଶର ସମସ୍ତ ବ୍ୟକ୍ତି ଅପେକ୍ଷା କରି ରହିଛନ୍ତି । ଏହି ରିସର୍ଚ୍ଚରେ ଆଗାମୀ ୨ ବର୍ଷ(୨୦୨୪-୨୫) ପାଇଁ ଭବିଷ୍ୟବାଣୀ କରାଯାଇଛି, ଯାହା ସାରା ଦେଶବାସୀଙ୍କୁ ତଥା ଭାରୀତକୁ ବିଶେଷ କରି ଗାଡ଼ିଚାଳକମାନଙ୍କ ପାଇଁ ଆଶ୍ୱସ୍ତିକର ଖବର ହୋଇପାରେ । ଏହି ଭବିଷ୍ୟବାଣୀ ସତ ହେଲେ ଭାରତୀୟଙ୍କୁ ପେଟ୍ରୋଲ ଦାମରେ ପ୍ରାୟ ବଡ଼ ରିହାତି ମିଳିପାରେ । ଅର୍ଥାତ୍ ୨୦୨୫ ସୁଦ୍ଧା ପେଟ୍ରୋଲ ଦାମ୍ ୭୫ ଟଙ୍କା ବା ଏହାଠାରୁ କମ୍ ହୋଇପାରେ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୮୦ ଡଲାରରୁ କମ୍ ରହିଛି । ଲାଲସାଗରରେ ବର୍ତ୍ତମାନର ପରିସ୍ଥିତି ତୈଳଦର ବୃଦ୍ଧିର ଆଶଙ୍କା ମଧ୍ୟ ବଢାଇ ଦେଇଛି । ଏହାପରେ ସିଟି ରିସର୍ଚ୍ଚର ଏହି ଭବିଷ୍ୟବାଣୀ ସମସ୍ତଙ୍କୁ ଚମକାଇ ଦେଇଛି ।

ତେବେ ବିଶ୍ଳେଷକ କହିଛନ୍ତି ଯେ ୨୦୨୪ ମସିହାରେ ଅଶୋଧିତ ତୈଳଦର ହ୍ରାସକୁ ନେଇ ହୋଇଥିବା ପୂର୍ବାନୁମାନ ସମ୍ପୂର୍ଣ୍ଣ ଠିକ । ଆନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ ଅଶୋଧିତ ତୈଳର ହାରାହାରି ମୂଲ୍ୟ ବ୍ୟାରେଲ ପିଛା ୭୪ ଡଲାରରୁ କମ୍ ରହିପାରେ । ତେବେ ସାଧାରଣ ନିର୍ବାଚନ ପୂର୍ବରୁ ପେଟ୍ରୋଲ ମୂଲ୍ୟରେ ୧୦ ଟଙ୍କା ହ୍ରାସ ଘଟିବା ନେଇ ଖୁବ ଆଶା କରାଯାଉଛି । ତେବେ ଭବିଷ୍ୟବାଣୀ ସହିତ ଚଳିତ ବର୍ଷ ଗାଡ଼ିଚାଳକ ପେଟ୍ରୋଲ ମୂଲ୍ୟରେ ୧୦ ରୁ ୧୨ ଟଙ୍କା ହ୍ରାସ ପାଇପାରିବେ । ଏହାବ୍ୟତୀତ, ୨୦୨୫ ମସିହାରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୬୦ ଡଲାରରେ ପହଞ୍ଚିପାରେ। ଫଳରେ ଗ୍ରାହକଙ୍କ ପାଇଁ ଏହା ଆଉ ୧୦ ଟଙ୍କ। କମ୍ ହୋଇପାରେ ବୋଲି ଅନୁମାନ କରିଛନ୍ତି ଗବେଷକ । ତେବେ ୨୦୨୫ ମସିହାରେ ପେଟ୍ରୋଲ ଦର ୭୫ ଟଙ୍କା ପ୍ରତି ଲିଟର ଦରରେ ପହଞ୍ଚିପାରେ ।

Get real time updates directly on you device, subscribe now.