fbpx

ସାପ୍ତାହିକ Tarot ରାଶିଫଳ; ଜାଣନ୍ତୁ କେଉଁ Lucky ରାଶି ପାଇଁ ରହିଛି ଧନ ପ୍ରାପ୍ତି ଓ ସ୍ୱପ୍ନ ପୂରା ହେବା ଯୋଗ

ଓଡ଼ିଶା ଭାସ୍କର: ସାପ୍ତାହିକ Tarot ରାଶିଫଳ ଅନୁଯାୟୀ ଜାନୁଆରୀ ୧୫ରୁ ୨୧ ଅନେକ ରାଶିଙ୍କ ପାଇଁ ଶୁଭ ରହିବ । କିଛି ରାଶିର ଲୋକଙ୍କ ସ୍ୱପ୍ନ ପୂରା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତୁ ଜାଣିବା ଆପଣଙ୍କ ପାଇଁ କେମିତି କଟିବ ଏଇ ସପ୍ତାହ ।
୧. ମେଷ ରାଶି: ମେଷ ରାଶିର ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନରେ ସନ୍ତୁଳନ ବଜାୟ ରଖିବା ଉଚିତ ନଚେତ ସ୍ଥିତି ବିଗିଡ଼ି ପାରେ । ଏଇ ସପ୍ତାହ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

୨. ବୃଷ ରାଶି: ଏଇ ସପ୍ତାହ ମେଷ ରାଶିର ବ୍ୟକ୍ତିଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । କର୍ମକ୍ଷେତ୍ରରେ ପ୍ରଗତିର ସମ୍ଭାବନା ରହିଛି । ମନ ଦେଇ ନିଜ କାମ କରନ୍ତୁ ଆପଣ ପ୍ରଶଂସାର ପାତ୍ର ହେବେ ।

୩. ମିଥୁନ ରାଶି: ମିଥୁନ ରାଶିର ବ୍ୟକ୍ତିଙ୍କୁ ନିଜ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ । ଅଧିକ ଚିନ୍ତା କରିବା ଠାରୁ ଦୂରେଇ ରୁହନ୍ତୁ । ଏଇ ସପ୍ତାହ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି କିନ୍ତୁ ଶୁଭ ଖବର ମିଳିପାରେ ।

୪. କର୍କଟ ରାଶି: ଏଇ ସପ୍ତାହ ଆପଣଙ୍କ ପାଇଁ ବେଶି ଖାସ୍ ରହିବନି । ଆପଣ ଚିନ୍ତାଗ୍ରସ୍ତ ରହିବେ । ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ସହ ନକାରାତ୍ମକ ବିଚାରଧାରା ଠାରୁ ଦୂରେଇ ରୁହନ୍ତୁ ।

୫. ସିଂହ ରାଶି: କାହା ଉପରେ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ । ଆପଣଙ୍କୁ ଧୋକା ମିଳିପାରେ । ସିଂହ ରାଶି ବ୍ୟକ୍ତିଙ୍କ କୌଣସି ବଡ଼ ଇଚ୍ଛା ପୂରଣ ହେବ ।

୬. କନ୍ୟା ରାଶି: କନ୍ୟା ରାଶିର ବ୍ୟକ୍ତିମାନେ ଏଇ ସପ୍ତାହ ବହୁତ ଆକ୍ଟିଭ୍ ରହିବେ । କୌଣସି କାମକୁ ସ୍ଥଗିିତ ରଖିବାର ଭୁଲ କରନ୍ତୁ ନାହିଁ । ଆପଣଙ୍କୁ ପରିଶ୍ରମର ଫଳ ନିଶ୍ଚିତ ମିଳିବ । ଧନ ଲାଭ ହେବାର ସମ୍ଭାବନା ରହିଛି ।

୭. ତୁଳା ରାଶି: ଅଟକି ଥିବା ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି । ଏହା ସହ ଧନ ସଞ୍ଚୟ କରିବାରେ ସଫଳ ହେବେ । ନିଜ ଯତ୍ନ ନିଅନ୍ତୁ ଏବଂ ସମୟରେ ଭୋଜନ କରନ୍ତୁ । କୌଣସି ସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ରହିଛି ।

୮. ବିଛା ରାଶି: ଆପଣଙ୍କୁ ଏଇ ସପ୍ତାହ ବଡ଼ ଦାୟିତ୍ୱ ମିଳିପାରେ ଏବଂ କାର୍ଯ୍ୟରେ ସଫଳତା ମିଳିବ । ମାନ ସମ୍ମାନ ବୃଦ୍ଧି ହେବ । ଭାବି ଚିନ୍ତି କଥାବାର୍ତ୍ତା କରନ୍ତୁ ।

୯. ଧନୁ ରାଶି: ଧନୁ ରାଶିର ବ୍ୟକ୍ତିଙ୍କୁ ଖୁସି ଖବର ମିଳିପାରେ । ଅଜଣା ବ୍ୟକ୍ତିଙ୍କ ସହ ଅଜଥା ଗପିବାରେ ସମୟ ନଷ୍ଟ କରନ୍ତୁ ନାହିଁ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

୧୦. ମକର ରାଶି: ମକର ରାଶି ବ୍ୟକ୍ତିଙ୍କୁ ବ୍ୟବସାୟିକ ଲାଭ ମିଳିପାରେ । କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି ।

୧୧. କୁମ୍ଭ ରାଶି: ଏଇ ସପ୍ତାହ ଆପଣ ଅଧିକ ଟେନସନ୍ ନିଅନ୍ତୁ ନାହିଁ । ସମୟ ସହ ଧିରେ ଧିରେ ସବୁ ଠିକ୍ ହୋଇଯିବ । ପରିବାରର ସହଯୋଗେ ମିଳିବ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳ ହୋଇପାରନ୍ତି ।

୧୨. ମୀନ ରାଶି: ଏହି ରାଶିର ବ୍ୟକ୍ତିମାନେ କାହା ଉପରେ ଅଖି ବନ୍ଧ କରି ବିଶ୍ୱାସ କରନ୍ତୁ ନାହିଁ । ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ ଏବଂ ଚିନ୍ତାମୁକ୍ତ ରୁହନ୍ତୁ ।

Get real time updates directly on you device, subscribe now.