fbpx
BJD SKY
BJD SKY

(Video) ଏଲନ ମସ୍କଙ୍କ ନୂଆ ପ୍ଲାନ: ପେମେଣ୍ଟ ଆପମାନଙ୍କୁ ଦେବେ ଟକ୍କର, ଖୁବଶିଘ୍ର X ଆଣୁଛି ଏହି ଫିଚର

BJD

ନୂଆଦିଲ୍ଲୀ: ଦେଶରେ ଡିଜିଟାଲ ପେମେଣ୍ଟର ପ୍ରଚଳନ ବଢିଚାଲିଛି । ବର୍ତ୍ତମାନ ଆମେ ଅନଲାଇନ ପେମେଣ୍ଟ ପାଇଁ ପେଟିଏମ,ଫୋନପେ,ଗୁଗୁଲପେ ପରି ଆପର ବ୍ୟବହାର କରୁଛୁ । ସେହିପରି ଟେସଲା ଏବଂ ସ୍ପେସଏକ୍ସର ସିଇଓ ଏଲନ ମସ୍କ ଖୁସଶିଘ୍ର ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଏପରି ନୂଆ ଫିଚର ଆଣିବାକୁ ଯାଉଛନ୍ତି ଯାହାକି ଲାଭଦାୟକ ହୋଇପାରେ । କମ୍ପାନୀ ଖୁବଶିଘ୍ର ଏକ୍ସରେ ପେମେଣ୍ଟ ଫିଚର ରୋଲଆଉଟ କରିବ । ଏହି ଫିଚରରେ ୟୁଜର୍ସମାନେ ପେମେଣ୍ଟ କରିପାରିବେ ।

ଏହି କଥାକୁ ନେଇ ଏଲନ ମସ୍କ ନିଜେ ଖୁଲାସା କରିଛନ୍ତି । ସେ ଏକ ବ୍ଲଗରେ କହିଛନ୍ତି ଯେ, ଖୁବ ଶିଘ୍ର ଏକ୍ସ ଆପ ସାହାଯ୍ୟରେ ଅନଲାଇନ ପେମେଣ୍ଟ କରିପାରିବେ । ଏଥିସହ ମସ୍କ ଏହା ମଧ୍ୟ କହିଛନ୍ତି ଯେ, ଏକ୍ସ କେବଳ ମାଇକ୍ରୋବ୍ଲଗିଙ୍ଗ ସାଇଟ ହୋଇ ରହିବ ନାହିଁ ବରଂ ଏହି ଆପରେ ବହୁ କାମ ହୋଇପାରିବ । ମସ୍କ ଏକ୍ସ ପେମେଣ୍ଟ ଫିଚରର ଲଞ୍ଚିଙ୍ଗ ଡେଟର ଘୋଷଣା କରି ନାହିଁ ହେଲେ ସେ କହିଛି ଯେ, ଏହି ଫିଚର ସାରା ଦୁନିଆରେ ଲଞ୍ଚ କରାଯିବ।

ଗତ ବର୍ଷ ଇହି ନୂଆ ଫିଚରର ଏକ୍ସ ସିଇଓ ଲିଣ୍ଡା ୟାକାରିନୋ ସଂକେତ ଦେଇଛନ୍ତି ଯେ, ଖୁବଶିଘ୍ର ଏକ ନୂଆ ଫିଚର ଜାରି କରାଯିବ । କମ୍ପାନୀ ପେମେଣ୍ଟ ଫିଚରର ଜାରି କରିପାରେ । ଅକ୍ଟୋବର ୨୦୨୨ରେ ୪୪ ବିଲିୟନ ଡଲାରରେ ଟ୍ୱିଟରର ଅଧିଗ୍ରହଣ କରିବା ପରେ ଏଲନ ମସ୍କ ଏହି ଏକ୍ସରେ ବହୁ ପରିବର୍ତ୍ତନ କରିସାରିଛନ୍ତି ।

Get real time updates directly on you device, subscribe now.