fbpx
BJD SKY
BJD SKY

ମାଲେସିଆରେ ଟ୍ରେନ୍ ଦୁର୍ଘଟଣା, ୨୦୦ ଗୁରୁତର

BJD

ନୂଆଦିଲ୍ଲୀ: ମାଲେସିଆର ରାଜଧାନୀ କୁଆଲା ଲୁମ୍ପୁରରେ ବଡ଼ ଧରଣର ଟ୍ରେନ ଦୁଘର୍ଟଣା ଘଟିଛି । ଏଥିରେ ୨୦୦ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏକ ମେଟ୍ରୋ ଟ୍ରେନ୍ ୨୧୩ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ପେଟ୍ରୋନାସ୍ ଟାୱାର୍ ନିକଟ୍ ଏକ ଟନେଲରେ ଅନ୍ୟ ଏକ ଖାଲିଥିବା ଟ୍ରେନ୍ ସହ ଧକ୍କା ହୋଇଥିଲା । ଫଳରେ ୨୧୩ ଜଣଙ୍କ ମଧ୍ୟରୁ ୨୦୦ ଜଣ ଆହତ ହୋଇଥିଲେ ।

malaysia train collission

ସୂଚନା ଅନୁସାରେ ଖାଲି ଥିବା ଟ୍ରେନଟି ବିପରୀତ ଦିଗରୁ ସେଇ ସମାନ ଟ୍ରାକରେ ଆସୁଥିଲା । ଜିଲ୍ଲା ପୋଲିସ୍ ମୁଖ୍ୟ ମହମ୍ମଦ ଜୈନାଲ ଅବଦୁଲ୍ଲା କହିଛନ୍ତି ଯେ ୨୧୩ ଜଣଙ୍କ ମଧ୍ୟରୁ ୪୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେହିପରି ସୋସିଆଲ୍ ମିଡିଆରେ ପ୍ରଧାନମନ୍ତ୍ରୀ ମୁହିଦ୍ଦିନ୍ ୟୀସୀନ୍ କହିଛନ୍ତି ଯେ ଦୁର୍ଘଟଣା ବଡ଼ ଧରଣର ଥିଲା । ଏଥିସହ ପରିବହନ ମନ୍ତ୍ରୀ ଓ ରେଳ ବିଭାଗକୁ ଦୁର୍ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଅନୁରୂପ ଭାବେ ପରିବହନ ମନ୍ତ୍ରୀ ୱି କା ସିଓଙ୍ଗ୍ କହିଛନ୍ତି ଯେ ଗତ ୨୩ ବର୍ଷ ମଧ୍ୟରେ ଏହା ମାଲେସିଆରେ ସବୁଠାରୁ ବଡ଼ ଦୁର୍ଘଟଣା ।

Get real time updates directly on you device, subscribe now.