fbpx

ଭାରତବାସୀଙ୍କ ପାଇଁ ଖୁସି ଖବର: କରୋନା ରୋଗୀଙ୍କ ସୁସ୍ଥତା ହାର ୯୦ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୩ ଲକ୍ଷ ୨୬ ହଜାର କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ୧ ଲକ୍ଷ ୯୬ ହଜାର ୪୨୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶର ସୁସ୍ଥତା ହାର ୮୯.୨୬କୁ ବୃଦ୍ଧି ପାଇଛି । ପ୍ରାୟ ୪୦ ଦିନ ପରେ ଦୈନିକ ସଂକ୍ରମଣ ୨ ଲକ୍ଷରୁ ହ୍ରାସ ପାଇଥିବା ଜଣାପଡ଼ିଛି ।

ତେବେ ଦେଶରେ ମୋଟ ୨ କୋଟି ୪୦ ଲକ୍ଷ ଲୋକ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ଼, ଦିଲ୍ଲୀ, ତାମିଲନାଡ଼ୁ, ଉତ୍ତରପ୍ରଦେଶ, ପଞ୍ଜାବ, ମଧ୍ୟପ୍ରଦେଶ, ଗୁଜୁରାଟ ଓ କେରଳ ସଂକ୍ରମଣର ହଟସ୍ପଟ୍ ସାଜିଥିଲା । ଏହି ୧୦ଟି ରାଜ୍ୟରୁ ୭୫ ପ୍ରତିଶତ ନୂଆ ମାମଲା ଚିହ୍ନଟ ହେଉଥିବା ଦେଖାଯାଇଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୫ ଶହ ୧୧ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । ଏହାଛଡ଼ା ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ଦୈନିକ ୨୦ ଲକ୍ଷ ୫୮ ହଜାର ସାମ୍ପୁଲ ଟେଷ୍ଟ କରାଯାଇଥିବା କୁହାଯାଇଛି ।

Get real time updates directly on you device, subscribe now.