fbpx

୨୦୦କୋଟି ପାର କଲା ଦୃଶ୍ୟମ ୨, କେତେ କମାଉଚି ବରୁଣଙ୍କ ଫିଲ୍ମ?

ମୁମ୍ବାଇ: ଭେଡିଆ ଫିଲ୍ମ ରିଲିଜ ହେବାପରେ ଲାଗୁଥିଲା ଏହା ଦୃଶ୍ୟମ-୨ ମୁଭିକୁ ଟକ୍କର ଦେବ । ହେଲେ ଏହା ବକ୍ସ ଅଫିସରେ ଦୃଶ୍ୟମ-୨କୁ ଟକ୍କର ଦେଇ ପାରିନାହିଁ । ତିନି ଦିନରେ ଭେଡିଆ ୨୮.୫୫ କୋଟି କମାଇଥିବା ବେଳେ ଦୃଶ୍ୟମ ୧୫୦କୋଟି ଛୁଇଁବାକୁ ଲାଗିଛି । ଫିଲ୍ମ ହଲରେ ଏହି ୨ଟି ମୁଭି ଖୁବ ଜୋରସୋରରେ ଚାଲିଛି ।ବଲିଉଡ ଫିଲ୍ମ ଦୃଶ୍ୟମ-୨ ଓ ଭେଡିଆ ରିଲିଜ ବକ୍ସ ଅଫିସକୁ ଏକ ନୂଆ ଉତ୍ସାହ ଆଣି ଦେଇଛି । ଅଜୟ ଦେବଗନଙ୍କ ଦୃଶ୍ୟମ-୨ ମୁଭି ୨ୟ ସପ୍ତାହରେ ମଧ୍ୟ ଅଜସ୍ର ରୋଜଗାର କରିଚାଲିଛି । ଅନ୍ୟପଟେ ବରୁଣ ଧବନଙ୍କ ଭେଡ଼ିଆ ମୁଭି ଆରମ୍ଭରୁ ଧିମା ପରିସ୍ଥିତିରେ ଚାଲିଛି । ହେଲେ ଏହା ରୋଜଗାର କରିବାରେ ପଛାଇ ନାହିଁ ।

ଦୃଶ୍ୟ-୨ ମୁଭି କଥା କହିଲେ ଏହା ପୁରା ଧୁମଧାମରେ ଚାଲିଛି । ଦୃଶ୍ୟମ-୨, ୧୦ଦିନ ଭିତରେ ୧୪୩. ୪୩ କୋଟି ରୋଜଗାର କରିଛି । ଆଶା ରଖାଯାଇଛି ଏହି ଫିଲ୍ମଟି ସହଜରେ ୧୫୦ କୋଟି ଟଙ୍କା ରୋଜଗାର କରିଦେବ । ଏହାସହ ଫିଲ୍ମଟି ୱାଲର୍ଡ ୱାଇଡ ମାର୍କେଟରେ ୨୦୦ କୋଟି ଟଙ୍କା ପାର କରିସାରିଛି । ଗ୍ଲୋବାଲ ବକ୍ସ ଅଫିସରେ ସସପେନ୍ସ ଡ୍ରାମାର ଛାୟା ମେଲାଇ ଦେଇଛି ଏହି ଫିଲ୍ମ । ରବିବାର ଦିନ ଦୃଶ୍ୟମ-୨ ଗ୍ଲୋବାଲି ୨୦୦ କୋଟି ଟଙ୍କା କମାଇବା ସହ ସର୍ବୋଚ୍ଚ ଗ୍ରାସିଙ୍ଗ ଫିଲ୍ମର ଲିଷ୍ଟରେ ୫ସ୍ଥାନରେ ରହିଛି । ଦେଖାଦେଇଛି ଏହା ଗଙ୍ଗୁବାଇ କାଥିଆୱାଡ଼ି(୨୧୧)କୁ ପଛରେ ପକାଇବାକୁ ବସିଛି । ଏହା ଆଗରେ ଅଛି ବ୍ରହ୍ମାସ୍ତ୍ର( ୪୩୧ କୋଟି), ଦ କାଶ୍ମୀର ଫାଇଲ( ୩୪୧ କୋଟି), ଭୁଲ ଭୁଲେୟା(୨୬୬ କୋଟି) ।

ସେହିପରି ଫିଲ୍ମ ଭେଡ଼ିଆ କଥା କହିଲେ, ଇଣ୍ଡିଆରେ ବରୁଣ ଧାବନଙ୍କ ମୁଭି ୩ଦିନରେ ୨୮.୫୫ କୋଟି ଟଙ୍କା କମାଇ ସାରିଲାଣି । ଶୁକ୍ରବାର ଦିନ ୭.୪୮ କୋଟି, ଶନିବାର ଦିନ ୯.୫୭ କୋଟି ଏବଂ ରବିବାର ଦିନ ୧୧.୫୦ କୋଟି ଟଙ୍କା ରୋଜଗାର କରିଛି । ତିନି ଦିନରେ ଭେଡିଆ ୪୩.୬୭ କୋଟି ଟଙ୍କା ଗ୍ଲୋବାଲି ରୋଜଗାର କରିସାରିଲାଣି । ତେବେ ବହୁତ ଶିଘ୍ର ଭେଡ଼ିଆ ୱାଲର୍ଡ ୱାଇଡ଼ରେ ୫୦କୋଟି ଛୁଇଁବାକୁ ବସିଛି । ଦେଖିବାକୁ ରହିଲା ଏହି ମୁଭି ମଣ୍ଡେ ଟେଷ୍ଟରେ ପାସ ହେଉଛି ନାଁ ଫେଲ ।

Get real time updates directly on you device, subscribe now.