fbpx

(Video) ଭାରତୀୟ ବ୍ୟାଟ୍ସମ୍ୟାନ୍ ଋତୁରାଜଙ୍କ ବିରଳ ବିଶ୍ୱରେକର୍ଡ: ଗୋଟିଏ ଓଭରରେ ମାରିଲେ ୭ ଛକା

ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫି କ୍ୱାର୍ଟର ଫାଇନାଲର କ୍ୱାର୍ଟର ଫାଇନାଲ ମ୍ୟାଚ୍ ବର୍ତ୍ତମାନ ଭାରତୀୟ ଘରୋଇ କ୍ରିକେଟରେ ଖେଳାଯାଉଛି । ଏହି ଟୁର୍ନାମେଣ୍ଟରେ ଟିମ୍ ଇଣ୍ଡିଆର ଜଣେ ଖେଳାଳି ଏକ ବଡ଼ ସଫଳତା ହାସଲ କରିଛନ୍ତି । ଏହି ଖେଳାଳି ଗୋଟିଏ ଓଭରରେ ୭ ଛକା ମାରି ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ଏହି ବ୍ୟାଟ୍ସମ୍ୟାନ୍ ଏପରି କର୍ମାଲ୍ କରି ଦୁନିଆର ପ୍ରଥମ ଖେଳାଳି ହୋଇପାରିଛନ୍ତି ।

ବିଜୟ ହଜାରେ ଟ୍ରଫିର କ୍ୱାର୍ଟର ଫାଇନାଲରେ ମହାରାଷ୍ଟ୍ର ଅଧିନାୟକ ଋତୁରାଜ ଗାଏକ୍ୱାଡ ଉତ୍ତରପ୍ରଦେଶ ଦଳ ବିପକ୍ଷ ମ୍ୟାଚରେ ଇତିହାସ ସୃଷ୍ଟି କରିଛନ୍ତି । ଲିଷ୍ଟ ଏ କ୍ରିକେଟରେ ଓଭରରେ ୭ ଟି ଛକା ମାରିଥିବା ଋତୁରାଜ ଗାଏକ୍ୱାଡ ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ସେ ବାମହାତୀ ସ୍ପିନର ଶିବ ସିଂଙ୍କ ଓଭରରେ ୭ଟି ଛକା ମାରିଛନ୍ତି ।

ଏହି ଓଭରରେ ଶିବ ସିଂ ୧ ବଲରେ ‘ନୋ ବୋଲ୍’ ପକାଇଥିଲେ, ଏହି କାରଣରୁ ଋତୁରାଜଙ୍କୁ ମୋଟ ୭ ଟି ବଲ ଖେଳିବାକୁ ପଡିଥିଲା । ସେ ଏହି ସମସ୍ତ ବଲକୁ ବାଉଣ୍ଡ୍ରି ଲାଇନ ବାହାରକୁ ପହଞ୍ଚାଇଦେଇଥିଲେ । ଏହି ମ୍ୟାଚରେ ଋତୁରାଜ ଗାଏକ୍ୱାଡ ୧୫୯ ବଲରୁ ଅପରାଜିତ ହୋଇ ୨୨୦ ସ୍କୋର କରିଥିଲେ । ଏହି ଇନିଂସରେ ସେ ୧୦ଟି ଚୌକା ଓ ୧୬ ଛକା ମାରିଥିବା ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.