fbpx

ପିଟି ଉଷାଙ୍କୁ ଦିଆଯିବ ଦାୟିତ୍ୱଭାର, ଭାରତୀୟ ଅଲମ୍ପିକ ସଂଘର ନୂଆ ଅଧ୍ୟକ୍ଷ

ନୂଆଦିଲ୍ଲୀ: ମହାନ ଧାବିକା ପିଟି ଉଷା ଭାରତୀୟ ଅଲମ୍ପିକ ସଂଘର ଅଧ୍ୟକ୍ଷ ହେବେ । ପିଟି ଉଷା ଆଇଓଏ ୯୫ବର୍ଷର ଇତିହାସରେ ଅଧ୍ୟକ୍ଷ ହେବାରେ ପ୍ରଥମ ମହିଳା ଅଲମ୍ପିଆନ ଅଟନ୍ତି । ଉଷା ଦେଶର ସବୁଠାରୁ ସଫଳ ଆଥଲେଟରେ ଜଣେ ଏବଂ ସେ ଏସିଆନ ଗେମ୍ସରେ ଚାରୋଟି ସ୍ୱର୍ଣ୍ଣ ପଦକ ସହ ୧୧ଟି ଅନ୍ୟ ପଦକ ଜିତିଛନ୍ତି । ପିଟି ଉଷାଙ୍କୁ ଏହି ବର୍ଷ ରାଜ୍ୟସଭା ପାଇଁ ନୋମିନେଟ କରାଯାଇଥିଲା ।

ମହାନ ଧାବିକା ପିଟି ଉଷାଙ୍କୁ ଭାରତୀୟ ଅଲମ୍ପିକ ସଂଘର ନୂଆ ଅଧ୍ୟକ୍ଷ ରୂପେ ଚୟନ କରାଯିବ । ଡିସେମ୍ବର ୧୦ରେ ଏନେଇ ନିର୍ବାଚନ ହେବାକୁ ରହିଥିଲା । ହେଲେ ଏହି ପଦବୀ ପାଇଁ ପିଟି ଉଷାଙ୍କ ବ୍ୟତିତ ଆଉ କେହି ନାମାଙ୍କନ ଦାଖଲ କରିନଥିଲେ । ତେଣୁ ପିଟି ଉଷା ନିଶ୍ଚିତ ରୂପେ ସଭାପତି ହେବାକୁ ଯାଉଛନ୍ତି ।

୧୯୮୪ ମସିହା ଅଲମ୍ପିକରେ ସେ ୪୦୦ ମିଟର ଦୌଡର ସଫଳତାରୁ ମାତ୍ର ଅଳ୍ପକେ ବର୍ତ୍ତି ଥିଲେ । ଫଳରେ କାଂସ୍ୟ ପଦକରୁ ବଂଚିତ ହୋଇଥିଲେ । ଗତକାଲି ସେ ନାମାଙ୍କନ ଦାଖଲ କରିଥିଲେ । ଏବଂ ଏଥି ସହ ଅନ୍ୟ ୧୪ଜଣ ବ୍ୟକ୍ତି ଭିନ୍ନ ଭିନ୍ନ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ପିଟି ଉଷାଙ୍କ ଏହି ପଦବୀ ଜିତିବାନେଇ କେନ୍ଦ୍ରୀୟ ମନ୍ତ୍ରୀ କିରେନ ରିଜିଜୁ ଟ୍ୱିଟ କରି ଅଭିନନ୍ଦନ ଜଣାଇଛନ୍ତି ।

Get real time updates directly on you device, subscribe now.