ନୂଆଦିଲ୍ଲୀ: ୯୮ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ଫେରିଥିବା ନେଇ ସୂଚନା ଦେଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ।
୯୮.୨୬ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କିଂ ସିଷ୍ଟମକୁ ଫେରିଛି । ୨୦୨୩ ମେ’ରେ ପ୍ରତ୍ୟାହାର ଘୋଷଣା ପରଠୁ ଏହି ଟଙ୍କା ଫେରିଥିବା ଆରବିଆଇ ଦେଲା ସୂଚନା ।
ପ୍ରତ୍ୟାହାର ସତ୍ତେ୍ୱ ୨ ହଜାର ଟଙ୍କିଆ ନୋଟ୍ ବୈଧ ଟେଣ୍ଡର ଭାବରେ ରହିଛି । ଆରବିଆଇ ଇସ୍ୟୁ ଅଫିସ୍ ଓ ଇଣ୍ଡିଆ ପୋଷ୍ଟ ମାଧ୍ୟମରେ ବିନିମୟ ଏବଂ ଜମା ସୁବିଧା ଉପଲବ୍ଧ ରହିଛି ।
୩.୫୬ ଲକ୍ଷ କୋଟିରୁ କେବଳ ୬୧୮୧ କୋଟି ବଜାରରେ ରହିଛି ।