fbpx
BSKY SKY
BSKY SKY

୨୦୧୮ ତୁଳନାରେ କେତେ କମିଛି ୨ ହଜାର ଟଙ୍କା ନୋଟ୍ ପ୍ରଚଳନ? ସରକାର ଦେଲେ ତଥ୍ୟ

BSKY

ନୂଆଦିଲ୍ଲୀ: ଚଳିତ ବର୍ଷ ନଭେମ୍ବରରେ ବଜାରରେ ପ୍ରଚଳିତ ହେଉଥିବା ୨୦୦୦ ଟଙ୍କା ନୋଟର ସଂଖ୍ୟା କମି ୨୨୩.୩ କୋଟି ହୋଇଛି । ପୂର୍ବରୁ ୨୦୧୮ରେ ଏହି ସଂଖ୍ୟା ୩୩୬,୩ କୋଟି ରହିଥିଲା । ଅର୍ଥ ମନ୍ତ୍ରାଳୟ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ରାଜ୍ୟସଭାରେ ଏକ ପ୍ରଶ୍ନ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି । ବଜାରରେ ମଧ୍ୟ ପୂର୍ବ ତୁଳନାରେ ୨୦୦୦ ଟଙ୍କା ନୋଟ୍ କମ୍ ହୋଇଛି ଏବଂ ୫୦୦ ଟଙ୍କା ନୋଟ୍ ସଂଖ୍ୟା ପର୍ଯ୍ୟାପ୍ତ ରହିଛି ।

ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ୍ ଚୌଧୁରୀ କହିଛନ୍ତି ଜନତାଙ୍କୁ କେଉଁ ନୋଟର ଅଧିକ ଆବଶ୍ୟକ ରହିଛି ତାକୁ ଦେଖି ନୋଟ୍ ପ୍ରଚଳିତ ହୋଇଥାଏ । ଅର୍ଥ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି ୩୧ ମାର୍ଚ୍ଚ ୨୦୧୮ରେ ୨୦୦୦ ଟଙ୍କା ୩୩୬.୩ କୋଟି ପରିଚାଳନାରେ ରହିଥିଲା । କିନ୍ତୁ ଏହା ତୁଳନାରେ ୨୬ ନଭେମ୍ବର ୨୦୨୧ରେ ୨୨୩୩ ଏମପିସି ପ୍ରଚଳନରେ ଅଛି । ସେ କହିଛନ୍ତି ନୋଟବନ୍ଦୀ ପରେ ଜାରି ହୋଇଥିବା ୨୦୦୦ ଟଙ୍କା ନୋଟ୍ ର ଏବେ କମ୍ ପ୍ରଚଳନ ହେବାର କାରଣ ହେଉଛି ୨୦୧୮-୧୯ ରେ ୨୦୦୦ ଟଙ୍କା ନୋଟ୍ ଛାପିବା ପାଇଁ କୌଣସି ଦାବିପତ୍ର ରଖାଯାଇନଥିଲା । ଏହାଛଡ଼ା ନୋଟ ମଧ୍ୟ ଖରାପ ହୋଇଯାଏ ।

ସରକାରଙ୍କ ତରଫରୁ ସଂସଦରେ ଦିଆଯାଇଥିବା ସୂଚନା ଆର୍ଥିକ ବିକାଶ, ସୁଧ ଦର ସହ ଆର୍ଥକ କାରଣ ଉପରେ ମଧ୍ୟ ନିର୍ଭର କରିଥାଏ । ୮ ନଭେମ୍ବର ୨୦୧୬ରେ ସରକାର କଳାଧନ ଉପରେ ଅଙ୍କୁଶ ଲଗାଇବା ପାଇଁ ତକ୍ରାଳୀନ ପ୍ରଚଳିତ ୫୦୦ ଏବଂ ୧୦୦୦ ଟଙ୍କା ନୋଟକୁ ବନ୍ଦ କରିବା ନିର୍ଣ୍ଣୟ ନେଇଥିଲେ । ଏହାକୁ ନୋଟବନ୍ଦୀ କୁହାଯାଇଥିଲା । ନୋଟବନ୍ଦୀ ପରେ ନୂତନ ୨୦୦୦ ଏବଂ ୫୦୦ ଟଙ୍କା ନୋଟ୍ ପ୍ରଚଳିତ ହୋଇଥିଲା । ପରେ ନୂତନ ୨୦୦ ଟଙ୍କା ନୋଟ୍ ମଧ୍ୟ ପ୍ରଚଳିତ ହୋଇଛି । ବର୍ତ୍ତମାନ ୫୦୦ ଏବଂ ୨୦୦ ଟଙ୍କା ନୋଟ୍ ପୂର୍ଣ୍ଣ କ୍ଷମତାରେ ପ୍ରଚଳିତ ହେଉଥିବାବେଳେ ୨୦୦୦ ଟଙ୍କା ନୋଟ୍ କମ୍ ରହିଛି ।

Get real time updates directly on you device, subscribe now.