fbpx
BJD SKY
BJD SKY

ଟ୍ୟୁସନ ଆଳରେ ନାବାଳିକାକୁ ଗର୍ଭବତୀ କରି ମାରିଦେଲେ: ନ୍ୟାୟ ପାଇଁ ଥାନା ଆଗରେ ବାପା (VIDEO)

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନାବାଳିକାକୁ ଟ୍ୟୁସନ ପଢାଇବା ନାମରେ କଲେ ଗର୍ଭବତୀ । ଆଉ ସମାଜ ସାମ୍ନାରେ ନିଜର ଛବି ବଜାୟ ରଖିବା ପାଇଁ ବିବାହ ମଧ୍ୟ କଲେ । ତେବେ ବିବାହ ପରେ ହତ୍ୟା କରି ଦ୍ୱିତୀୟ ବିବାହ ପାଇଁ ପ୍ରସ୍ତୁତି ଚଲାଇଥିବା ବେଳେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛି ବାପା । ପୀଡିତାର ପିତାଙ୍କ ଅଭିଯୋଗ ଅନୁଯାୟୀ କୈଳାଶ ପଣ୍ଡା ନାମକ ବ୍ୟକ୍ତି ଗଗନ ମଲ୍ଲିକଙ୍କ ଝିଅ ବର୍ଷାକୁ ଟ୍ୟୁସନ ପଢାଇବା ଆଳରେ ଦୁଷ୍କର୍ମ କରିଥିଲେ ।
ବର୍ଷା ଗର୍ଭବତୀ ହୋଇଯିବା ପରେ ଲୋକଲଜ୍ଜା ଭୟରେ ନାବାଳିକା ଝିଅକୁ ବିବାହ କରିଥିଲେ କୈଳାଶ । ଏହି ମାମଲାକୁ ନେଇ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଗଗନଙ୍କ ଅଭିଯୋଗ ରଖିନଥିଲା । ୨୦୨୦ ମସିହାରେ ବର୍ଷା କଟକ ବଡ ମେଡିକାଲରେ ମୃତ୍ୟୁ ହୋଇଥିବା ବେଳେ ପୁରୀରେ ଅନ୍ତିମ ସଂସ୍କାର ମଧ୍ୟ ହୋଇଛି । ଝିଅର ମୃତ୍ୟୁ ନେଇ ଖବର ପାଇବା ପରେ ଗଗନ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଝିଅକୁ ନ୍ୟାୟ ନ ମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ଗଗନ । ଦେଖନ୍ତୁ ଭିଡିଓ…..

Get real time updates directly on you device, subscribe now.