fbpx

୨୦୨୦ ରେ ଚମକିବ ଏହି ୫ଟି ରାଶିର ଭାଗ୍ୟ

ନୂଆବର୍ଷ ଯେତେ ନିକଟତର ହେବାରେ ଲାଗିଛି, ଲୋକଙ୍କ ମନରେ ଉତ୍ସାହ ସେତେ ବଢିବାରେ ଲାଗିଛି । ନୂଆ ବର୍ଷ ସମସ୍ତଙ୍କ ପାଇଁ କିପରି ରହିବ ସେନେଇ ସମସ୍ତଙ୍କ ଚିନ୍ତା । ତେବେ ୨୦୨୦ରେ ୫ଟି ରାଶିର ଲୋକଙ୍କ ପାଇଁ ଲାଭବାନ୍ ହେବ । ୨୦୨୦ରେ କେଉଁ ରାଶିର ଭାଗ୍ୟ ଚମକିବ, ଆସନ୍ତୁ ଜାଣିବା..

ମକର– ମକର ରାଶି ବ୍ୟକ୍ତିଙ୍କ ପାଇଁ ନୂଆ ବର୍ଷ ଅନେକ ଖୁସି ଆଣିଦେବ । ବହୁ ବର୍ଷ ଧରି ଚେଷ୍ଟା କରୁଥିବା ଆପଣଙ୍କ ଲକ୍ଷ୍ୟ ନୂଆବର୍ଷରେ ପୂରଣ ହୋଇପାରେ । ନୂଆବର୍ଷରେ ଆପଣଙ୍କର ଧନପ୍ରାପ୍ତିର ଯୋଗ ରହିବା ସହ ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ । ନିଜ ପାର୍ଟନର ସହ ଆପଣଙ୍କର ସୁସମ୍ପର୍କ ରହିବ । ଶନି ଦୋଷରୁ ଜୀବନରେ ଆସିଥିବା ସମସ୍ତ ସମସ୍ୟା ନୂଆ ବର୍ଷରେ ଦୂରେଇଯିବ ।

କନ୍ୟା– କନ୍ୟା ରାଶିର ବ୍ୟକ୍ତିଙ୍କ ଜୀବନ ନୂଆବର୍ଷରେ ବିଶେଷ ଫଳଦାୟକ ହେବ । ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଆପଣଙ୍କ ପାଖରେ କେବେ ବି ଟଙ୍କାର ଅଭାବ ଦେଖାଯିବନାହିଁ । କନ୍ୟା ରାଶିର ବ୍ୟକ୍ତି ନିଷ୍ପତ୍ତି ନେବାରେ ବହୁ ବିଳମ୍ବ କରିଥାନ୍ତି, କିନ୍ତୁ ଏଥିପାଇଁ ବ୍ୟସ୍ତ ହୁଅନ୍ତୁ ନାହିଁ । ନୂଆବର୍ଷରେ ଏହି ରାଶିର ବ୍ୟକ୍ତିଙ୍କ ରୋମାଣ୍ଟିକ୍ ଲାଇଫ୍ ମଧ୍ୟ ଭଲ ରହିବ । ବୃହସ୍ପତି ପ୍ରଭାବରେ ଆସି ଯେଉଁ ଲୋକମାନେ ଏପର୍ଯ୍ୟନ୍ତ ରିଲେସନସିପରେ ଆସିନାହାନ୍ତି, ସେମାନଙ୍କୁ ଭଲ ପାର୍ଟନର ମିଳିଯାଇପାରେ ।

ବୃଷ– ବୃଷ ରାଶିର ଲୋକଙ୍କ ପାଇଁ ପରିବର୍ତ୍ତନ ହେବା ଏତେ ସହଜ ନୁହେଁ, କିନ୍ତୁ ନୂଆବର୍ଷରେ ଆପଣଙ୍କ ପରିବର୍ତ୍ତନ ଆପଣଙ୍କୁ ସମୃଦ୍ଧି ଆଣିଦେବ । ୨୦୨୦ରେ ବୃହସ୍ପତି ଓ ଶନି ଆପଣଙ୍କ ପାଇଁ ଭାଗ୍ୟଶାଳୀ ହେବେ । ନୂଆ ବର୍ଷ ଆପଣଙ୍କୁ ଭଲପାଇବା ଓ ଟଙ୍କାରେ ପୋତି ଦେବ । ବର୍ଷର ଆରମ୍ଭରୁ ଆପଣଙ୍କୁ ଟିକେ ଚିନ୍ତା ରହିପାରେ । କିନ୍ତୁ ପରିବର୍ତ୍ତନ ଦ୍ୱାରା ତାହା ଆପଣଙ୍କ ଜୀବନରେ ସକାରାତ୍ମକ ପରିଣାମ ଆଣିଦେବ । ନୂଆବର୍ଷରେ ଆପଣଙ୍କୁ ମନ ମୁତାବକ ପାର୍ଟନର ମିଳିବ ।

ସିଂହ– ସିଂହ ରାଶିର ବ୍ୟକ୍ତଙ୍କ ସହ ଭାଗ୍ୟ ଥାଉ କି ନଥାଉ, ସେମାନେ ଷ୍ଟାର ପରି ନିଜ ଜୀବନ ଉପଭୋଗ କରିଥାନ୍ତି । ଏ ରାଶିର ବ୍ୟକ୍ତି ଯେଉଁ ଜାଗାକୁ ବି ଯାଆନ୍ତି, ସେଠାରେ ଶୁସିରେ ରଖିଥାନ୍ତି । ଏମାନଙ୍କ ବ୍ୟକ୍ତିତ୍ୱ ବହୁତ ଆକର୍ଷଣ ହେବା ସହ ଅନ୍ୟ ଲୋକମାନେ ଏମାନଙ୍କ ଠାରୁ ଦୂରେଇ ରହିପାରନ୍ତି ନାହିଁ । ଶରୀରରେ ଦେଖାଯାଉଥିବା ବିଭିନ୍ନ ରୋଗ ବା ସମସ୍ୟା ନୂଆବର୍ଷରେ ଦୂର ହେବ । କ୍ୟାରିୟର ଓ ଭଲପାଇବାକୁ ନେଇ ନୂଆବର୍ଷ ଆପଣଙ୍କ ପାଇଁ ବିଶେଷ ଶୁଭ ହେବ । ସିଂହ ରାଶିର ବ୍ୟକ୍ତି ରିଲେସନସିପ ମାମଲାରେ ନିଜକୁ ଭାଗ୍ୟଶାଳୀ ଭାବିବେ ।

ଧନୁ– ଧନୁ ରାଶିର ବ୍ୟକ୍ତିଙ୍କ ପାଇଁ ନୂଆ ବର୍ଷ ବେଶ ରୋମାଞ୍ଚକର ହେବ । ଏହି ରାଶିର ଲୋକଙ୍କୁ କୌଣସି ସୀମା ବାନ୍ଧି ରଖିପାରିବ ନାହିଁ । ରାଶିର ଲୋକମାନେ ଯାହା ଭାବିଥାନ୍ତି, ତାହାକୁ ଶେଷ କରିକି ଦେଖାନ୍ତି । ଏମାନଙ୍କୁ ଭଲରେ ଜଣାଥାଏ କି, ବାଟରେ ଆସୁଥିବା ବିଘ୍ନକୁ କିପରି ଅଡାଯାଇ ପାରିବ । ନୂଆବର୍ଷରେ ଏହି ରାଶିର ବ୍ୟକ୍ତିମାନଙ୍କୁ ସମସ୍ତ ସମସ୍ୟାର ଉପାୟ ମିଳିବ । କ୍ୟାରିୟରେ ଉଚ୍ଚ ପଦବୀ ମିଳିପାରେ । ନିଜ ପାର୍ଟନର ସହ ଆପଣଙ୍କ ସମ୍ବନ୍ଧ ବହୁତ ଭଲ ରହିବ ।

Get real time updates directly on you device, subscribe now.