fbpx

ଆମ ଅଧିକାରୀ ମୋତେ ଫସେଇ ଦେଇଛନ୍ତି : ଆଇଏଏସ ବିଜୟ କେତନ

ଭୁବନେଶ୍ୱର, ୩୧ା୧୨(ଓଡ଼ିଶା ଭାସ୍କର): ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଆଜି ହାଜର ହୋଇଛନ୍ତି ଆଇଏଏସ ବିଜୟ କେତନ ଉପାଧ୍ୟାୟ । ତାଙ୍କୁ କୋର୍ଟରେ ହାଜର କରିଛି ଭିଜିଲାନ୍ସ ବିଭାଗ । କୋର୍ଟରେ ହାଜର ପରେ ଗଣମାଧ୍ୟମକୁ ବିଜୟ କେତନ ପ୍ରତିକ୍ରିୟା ରଖି କହିଛନ୍ତି ଆମ ଅଧିକାରୀ ମୋତେ ଫସେଇ ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ଆଇଏଏସ ଅଧିକାରୀ ତଥା ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଥିଲା ଭିଜିଲାନ୍ସ । ବିଜୟ ବିଲ୍ ପାସ କରାଇବାକୁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିଲେ । ମୋ ସରକାର ଅଧିନରେ ଆସିଥିବା ମତାମତ ଆଧାରରେ ଏହିପରି ପଦକ୍ଷେପ ନିଆଯାଇଥିଲା । ଏହାପରେ ତାଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ ରାଜ୍ୟ ସରକାର ।

ବିଜୟଙ୍କ ବାଲେଶ୍ୱର ଘରେ ଓ ଅଫସରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ଏହାସହ ତାଙ୍କ ଶ୍ୱଶୁର ଘର ଓ ଭାଇଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଚଢ଼ାଉ ପାଇଁ କଟକରୁ ଆଉ ୨ଟି ଅତିରିକ୍ତ ଭିଜିଲାନ୍ସ ଟିମ୍ ପଠା ଯାଇଥିଲା । ୨୦୦୯ ବ୍ୟାଚର ଆଇଏଏସ ଅଧିକାରୀ ବିଜୟ କେତନ ।

Get real time updates directly on you device, subscribe now.