fbpx
BSKY SKY
BSKY SKY

ଆଗକୁ ବଦଳିବ ଯାତାୟତର ମାଧ୍ୟମ ,୨୦୨୫ ପରେ କେବଳ ଇଲେକ୍ଟ୍ରିକ୍‌ ଦୁଇଚକିଆ ଗାଡି ହେବ ବିକ୍ରି

BSKY

ନୂଆଦିଲ୍ଲୀ: ୨୦୨୫ ପରେ ଜୀବାଶ୍ମ ଇନ୍ଧନରେ ଚାଲୁଥିବା ଦହନଶୀଳ ଇଞ୍ଜିନ ଏତେ ଗ୍ରହଣୀୟ ହେବ ନାହିଁ । ଯୁବବର୍ଗର ଗ୍ରାହକମାନେ ସେଭଳି ଗାଡ଼ି କିଣିବାକୁ ପସନ୍ଦ କରିବେନି । ୨୦୨୫ ପରେ କେବଳ ଇଲେକ୍ଟ୍ରିକ୍‌ ଦୁଇ ଚକିଆ ଓ ତିନି ଚକିଆ ଗାଡ଼ି ବିକ୍ରି ହେବ ବୋଲି ନିତି ଆୟୋଗର ସିଇଓ ଅମିତାଭ କାନ୍ତ ପୂର୍ବାନୁମାନ କରିଛନ୍ତି । ନିତି ଆୟୋଗର ସିଇଓ ଶ୍ରୀ କାନ୍ତ କହିଛନ୍ତି ଯେ ସାରା ବିଶ୍ୱରେ ଦହନଶୀଳ ଇଞ୍ଜିନ ଥିବା ଗାଡ଼ିଗୁଡ଼ିକୁ ପ୍ରତ୍ୟାଖ୍ୟାନ କରାଯାଉଛି । ଦ୍ରୁତ ଗତିରେ ଏହି ପରିବର୍ତ୍ତନ ହେଉଛି । ସବୁଜ ଶକ୍ତିକୁ ଗ୍ରହଣ କରୁଥିବା କମ୍ପାନୀଗୁଡ଼ିକ ନିବେଶକମାନଙ୍କୁ ଆକୃଷ୍ଟ କରିବାରେ ସଫଳ ହେଉଛନ୍ତି । ଆଗାମୀ ଦିନରେ ଅକ୍ଷୟ ଶକ୍ତି, ବ୍ୟାଟେରି ଷ୍ଟୋରେଜ୍‌, ସ୍ୱଚ୍ଛ ଶକ୍ତିରେ ପରିଚାଳିତ ଗମନାଗମନ ବ୍ୟବସ୍ଥା, ଇଲେକ୍ଟ୍ରୋଲାଇଜର ଓ ଗ୍ରିନ୍‌ ହାଇଡ୍ରୋଜେନ୍‌ କ୍ଷେତ୍ର ଦ୍ରୁତ ଗତିରେ ଆଗକୁ ବଢ଼ିବ ବୋଲି ସେ ପୂର୍ବାନୁମାନ କରିଛନ୍ତି ।

Get real time updates directly on you device, subscribe now.