fbpx

ଆଜିଠୁ ରାଜ୍ୟରେ ଶୁଖିଲା ପାଗ, ୨ରୁ ୩ ଡିଗ୍ରୀ ତଳକୁ ଖସିପାରେ ରାତିର ତାପମାତ୍ରା

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଜୱାଦ’ ଧୀରେ ଧୀରେ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇସାରିଛି । ତେଣୁ ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ନଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ମଙ୍ଗଳବାର ଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ସୂଚନା ଦିଆଯାଇଛି । ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ତଳକୁ ଖସିପାରେ । ଫଳରେ ଓଡିଶାରେ ଶୀତ ବଢିବ ବୋଲି ସୂଚନା ଦିଆଯାଇଛି । ତେବେ ବାତ୍ୟା ସମୁଦ୍ର ଭିତରେ ହିଁ ଦୁର୍ବଳ ହୋଇଯାଇଛି । ତୀବ୍ର ଅବପାତର ରୂପ ନେଇ ବାତ୍ୟା ଯେତିକି ଉପକୂଳ ନିକଟବର୍ତ୍ତି ହେଉଥିଲା, ସେତିକି ଦୁର୍ବଳ ହେଉଥିଲା ।

Get real time updates directly on you device, subscribe now.