୨୧ ଏକର ଜମି ୯୯ ପଇସାରେ, ଏହି କମ୍ପାନୀ ଉପରେ ସରକାରଙ୍କ କୃପା, ୧୨ ହଜାର ଲୋକଙ୍କ ଖୋଲିବ ଭାଗ୍ୟ

ସିଏସ୍ ଏହି ସ୍ଥାନରେ ₹ ୧,୩୭୦ କୋଟି ନିବେଶ କରିବ ଏବଂ ପ୍ରାୟ ୧୨,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶ ସରକାର ବିଶାଖାପାଟନମକୁ ଦେଶର ଟେକ୍ନୋଲୋଜି ହବ୍ କରିବା ପାଇଁ ଏକ ବଡ଼ ନିଷ୍ପତି ନେଇଛନ୍ତିି। ଟାଟା କନସଲଟାନ୍ସି ସର୍ଭିସେସ୍ (TCS)କୁ ଏଠାରେ IT ହିଲ୍ ନମ୍ବର ୩ ରେ ୨୧.୧୬ ଏକର ଜମି ମାତ୍ର ୯୯ ପଇସାର ପ୍ରତୀକାତ୍ମକ ଭଡ଼ାରେ ଦିଆଯାଇଛି।

ବିଶେଷ କଥା ହେଉଛି ଯେ ଟିସିଏସ୍ ଏହି ସ୍ଥାନରେ ₹ ୧,୩୭୦ କୋଟି ନିବେଶ କରିବ ଏବଂ ପ୍ରାୟ ୧୨,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

ଆଇଟି ଏବଂ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ନାରା ଲୋକେଶଙ୍କ ଅନୁସାରେ, ଏହି ନିଷ୍ପତ୍ତି କେବଳ ଏକ ନିବେଶ ଚୁକ୍ତି ନୁହେଁ ବରଂ ଏକ ରଣନୈତିକ ବାର୍ତ୍ତା – ଆନ୍ଧ୍ର ପ୍ରଦେଶ ଏବେ ଆଇଟି କ୍ଷେତ୍ର ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଦେଶର ସବୁଠାରୁ ବଡ଼ ଟେକ୍ ହବ୍ ମଧ୍ୟରୁ ଗୋଟିଏ ହେବାକୁ ଯାଉଛି।

ମନିକଣ୍ଟ୍ରୋଲ୍ ଅନୁଯାୟୀ, ସରକାରଙ୍କ ଏହି ରଣନୀତିକୁ ଗୁଜରାଟର ସେହି ପଦକ୍ଷେପ ସହିତ ତୁଳନା କରାଯାଉଛି ଯେତେବେଳେ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଥିବା ସମୟରେ ସାନନ୍ଦରେ ଟାଟା ମୋଟର୍ସକୁ ୯୯ ପଇସାରେ ଜମି ଦେଇଥିଲେ।

ସମାନ ଧାରାରେ, ବିଶାଖାପାଟଣାରେ ଟିସିଏସକୁ ଜମି ଦେଇ, ଆନ୍ଧ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଏହା ଏକ ବଡ଼ ଦୃଷ୍ଟିକୋଣ ସହିତ ଆଗକୁ ବଢ଼ୁଛି।

୧୨ ହଜାର ଚାକିରି: ରାଜ୍ୟ ସରକାରଙ୍କ ଅନୁସାରେ ଟିସିଏସକୁ ସ୍ଥାୟୀ ବିଲ୍ଡି ତିଆରି କରିବା ପାଇଁ ୨ଶହ ବର୍ଷ ଲାଗିବ। କିନ୍ତୁ କମ୍ପାନୀ ଜଲଦି ହିଁ ଭଡ଼ା ଅଫିସରୁ କାମ ଆରମ୍ଭ କରିବ।
ଏଥିରୁୂ ସଂକେତ ଏହା ମିଳିଛି ନିବେଶ ପ୍ରକ୍ରିୟା ଧୀର ନୁହେଁ, ବହୁତ ଜଲଦି ବହୁ ଜଲଦି ବଢ଼ିବ।

TCSର ଏହି ଘୋଷଣା ପରେ, ଏବେ ଗୁଗୁଲ୍ କ୍ଲାଉଡର ଯୋଜନା ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି। କମ୍ପାନୀ ସମ୍ପ୍ରତି ଆନ୍ଧ୍ର ସରକାରଙ୍କ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି, ଯାହା ଅଧୀନରେ ବିଶାଖାପାଟଣାରେ ଡାଟା ସିଟି ଏବଂ କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ସମାଧାନ ବିକଶିତ କରାଯିବ। ଏହା ବ୍ୟତୀତ ସ୍ଥାନୀୟ ଯୁବକମାନଙ୍କୁ ଦକ୍ଷତା ତାଲିମ ମଧ୍ୟ ଦିଆଯିବ।