fbpx
BSKY
BJD SHG SKY
BJD MC SKY

ବିବାହ ଶୋଭାଯାତ୍ରା ପାଲଟିଲା ଶେଷଯାତ୍ରା: ମାଡ଼ି ଆସିଲା ଝଡ଼ ତୋଫାନ, ଓଲଟିଲା ଡଙ୍ଗା, ଚାଲିଗଲା ୨୧ଟି ଜୀବନ

ନୂଆଦିଲ୍ଲୀ: କାଳ କେତେବେଳେ କେଉଁ ରୂପରେ ଆଉ କାହା ପାଖକୁ ଆସିବ ସେକଥା କେହି କହିପାରିବେ ନାହିଁ । ମୃତ୍ୟୁ ଏକ ବାସ୍ତବ ସତ୍ୟ, ମାତ୍ର ତାହା କାହାକୁ ଜଣାଇ ଆସେନାହିଁ । ଚୁପ୍ କରି ଆସି ଗୋଟିଏ ସେକେଣ୍ଡରେ କାହାର ନା କାହାର ଜୀବନର ଦୀପ ଲିଭାଇ ଦେଇ ଚାଲିଯାଇଥାଏ । ତେବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଡଙ୍ଗାରେ ବସି ଯାଉଥିବା ବେଳେ ଡଙ୍ଗାଟି ବୁଡ଼ିଯିବାରୁ ୨୧ ଜଣଙ୍କ ଜୀବନ ଚାଲିଯାଇଛି ।

ସୂଚନା ମୁତାବକ, ୟେମେନର ଦକ୍ଷିଣ ପୂର୍ବରେ ଥିବା ହଦିଦାହ ସହର ସ୍ଥତ ଲୋହିତ ସାଗରରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତ ଯାତ୍ରୀ ଏକ ବିବାହ ଶୋଭାଯାତ୍ରା ନେଇ ଯାଉଥିବା ବେଳେ ହଠାତ୍ କାଳ ମାଡ଼ି ଆସିଥିଲା । କମରନ ଦ୍ୱୀପରେ ଏକ ବିବାହ ଭୋଜିରେ ଯୋଗଦେବା ପାଇଁ ଡଙ୍ଗାରେ ୨୭ ଜଣ ଯାତ୍ରୀ ଯାଉଥିଲେ । ମାତ୍ର ବିଧିର ବିଧାନ ଥିଲା ଭିନ୍ନ । ବିବାହ ଶୋଭାଯାତ୍ରା ଶେଷଯାତ୍ରା ପାଲଟିଯାଇଥିଲା ।

ସାଗର ମଧ୍ୟରେ ଯାତ୍ରୀମାନେ ଯାଉଥିବା ବେଳେ ହଠାତ୍ ଡଙ୍ଗାଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ଏହି ଖବର ପାଇବା ପରେ ତଟରକ୍ଷୀ ବାହିନୀ ଓ ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଭୟଙ୍କର ଅଘଟଣରେ ୨ ଜଣ ପୁରୁଷ, ୧୨ ଜଣ ମହିଳା ଓ ୭ ଜଣ ବାଳକଙ୍କ ଜୀବନ ଚାଲିଯାଇଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କର ଅବସ୍ଥା ଶୋଚନୀୟ ରହିଛି । ତେବେ ଝଡ଼ତୋଫାନ କାରଣରୁ ଡଙ୍ଗାଟି ସାଗର ମଧ୍ୟରେ ବୁଡ଼ି ଯାଇଥିବା ନେଇ ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.