fbpx

ହୋଲିରେ ଲିଭିଗଲା ଜୀବନ ରଙ୍ଗ: ଚିରନିଦ୍ରାରେ ଶୋଇଗଲେ ୪୩ ଜଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାରା ଦେଶରେ ରଙ୍ଗର ପର୍ବ ହୋଲି ବଡ଼ ଧୂମଧାମରେ ପାଳନ ହେଉଥିବା ବେଳେ ଏନେଇ ଆସିଛି ଏକାଧିକ ଅଶୁଭ ଖବର । ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ସମତେ ୭ଟି ରାଜ୍ୟରେ ଘଟିଯାଇଛି ବଡ଼ଧରଣର ଦୁର୍ଘଟଣା । ଏହି ଦୁର୍ଘଟଣାରେ ୪୩ ଜଣ ଲୋକଙ୍କ ଜୀବନ ଚାଲିଯାଇଛି । ଉତ୍ତରପ୍ରଦେଶରୁ ସର୍ବାଧିକ ମାମଲା ଆସିଛି । ସେଠାରେ ୧୯ ଜଣ ଲୋକ ପ୍ରାଣ ହରାଇଛନ୍ତି । ତେବେ ଅଧିକାଂଶ ଦୁର୍ଘଟଣା ଦାୟିତ୍ୱହୀନତା କାରଣରୁ ହୋଇଥିବା ଜଣାପଡ଼ିଛି ।

ରଙ୍ଗର ପର୍ବ ହୋଲି ବୁଧବାର ପାଇଁ ସତେ ଯେମିତି କାଳ ସାଜି ଆସିଥିଲା । ଗୋଟିଏ ପଟେ ରଙ୍ଗର ମାହୋଲ ଚାଲିଥିବା ଅନ୍ୟପଟେ ଗୋଟିଏ ପରେ ଗୋଟିଏ ଜୀବନ ଝଡ଼ିବାରେ ଲାଗିଥିଲା । ଦିଲ୍ଲୀ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡ଼ିଶା ଓ ଉତ୍ତରାଖଣ୍ଡର ଅଲଗା ଅଲଗା ଦୁର୍ଘଟଣାରେ ୪୩ ଜଣଙ୍କ ଜୀବନ ଚାଲି ଯାଇଛି । ମୃତକଙ୍କ ମଧ୍ୟରୁ ପ୍ରାୟ ଲୋକ ବେପରୁଆ ମନୋଭାବ କାରଣରୁ ନିଜର ଜୀବନ ହରାଇଛନ୍ତି ।

ଦିଲ୍ଲୀରେ ଏକ କାର ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିବା ସହ ୫ ଜଣ ଆହତ ହୋଇଛନ୍ତି । ବ୍ରେକ ଫେଲ ହେବା କାରଣରୁ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୟୁପିର ବାରବାଙ୍କୀର ବଦୋସରାୟ, ରାମନଗର ଓ କୁର୍ସୀ ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିଲା । ସେହିପରି ବସ୍ତି ଜିଲ୍ଲାରେ ଦୁଇଟି ଦୁର୍ଘଟଣାରେ ୫ ଜଣ ବାଇକ ଆରୋହୀ ପ୍ରାଣ ହରାଇଥିଲୋ । ପ୍ରୟାଗରାଜରେ ଦୁଇଟି କାର ମୁହାଁମୁହିଁ ହୋଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ପଶ୍ଚିମବଙ୍ଗରେ ହୋଲି ପରେ ନଦୀରେ ଗାଧୋଉଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ନିଖୋଜ ଥିଲେ । ଓଡ଼ିଶାର ବିଭିନ୍ନ ସ୍ଥାନରେ ନଦୀରେ ବୁଡ଼ି ୫ ଜଣଙ୍କର ମୃତ୍ୟୁ ଘଟିଥିଲା । ମଧ୍ୟପ୍ରଦେଶରେ ବୋଲେରୋ ଗଛକୁ ପିଟିବାରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ଘଟିଥିଲା । ରାଜସ୍ଥାନରେ ଦୁଇଟି ବାଇକ୍ ଧକ୍କା ହେବା ଫଳରେ ଜଣେ ମହିଳା ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.