fbpx
BJD SKY
BJD SKY

ବିଜୟ ହଜାରେ ଟ୍ରଫି ପାଇଁ ଓଡ଼ିଶା ଦଳ: ଶୁଭ୍ରାଂଶୁଙ୍କ ନେତୃତ୍ୱରେ ୨୧ ଜଣିଆ ଦଳ ଘୋଷଣା କଲା ଓସିଏ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୁରୁବାର ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ବିଜୟ ହଜାରେ ଟ୍ରଫି ପାଇଁ ୨୧ ଜଣିଆ ଦଳ ଘୋଷଣା କରାଯାଇଛି । ଚୟନ କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ ଓସିଏ କନଫରେନ୍ସ ହଲରେ ୨୧ ଜଣିଆ ଦଳ ଘୋଷଣା କରିଥିଲେ । ଚଳିତ ସିଜିନରେ ଏଲିଟ-ଏ ଗ୍ରୁପରେ ରହିଥିବା ଓଡ଼ିଶାର ନେତୃତ୍ୱ ନେବେ ଶୁଭ୍ରାଂଶୁ ସେନାପତି ।

ଶୁଭ୍ରାଂଶୁଙ୍କୁ ଅଧିନାୟକ ଘୋଷଣା କରାଯାଇଥିବା ବେଳେ ବିପ୍ଲବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର ଓ ଅନୁରାଗ ଷଡଙ୍ଗୀଙ୍କ ପରି ଅନୁଭବୀ ଖେଳାଳିଙ୍କୁ ସ୍ଥାନ ମିଳିଛି । ଆନ୍ଧ୍ର ପ୍ରଦେଶ ବିପକ୍ଷରେ ଡିସେମ୍ବର ୮ରେ ଓଡ଼ିଶା ନିଜର ପ୍ରଥମ ମୁକାବିଲା ଖେଳିବ । ଗୁଜରାଟ ବିପକ୍ଷରେ ୯ ତାରିଖରେ, ବିଦର୍ଭ ବିପକ୍ଷରେ ୧୨, ଜମ୍ମୁ କାଶ୍ମୀର ବିପକ୍ଷରେ ୧୨ ତାରିଖରେ ଏବଂ ହିମାଚଳ ବିପକ୍ଷରେ ୧୪ ତାରିଖରେ ନିଜର ଅନ୍ତିମ ମୁକାବିଲା ଖେଳିବ ।

ଓଡ଼ିଶା ଦଳ:

ଶୁଭ୍ରାଂଶୁ ସେନାପତି, ଗୋବିନ୍ଦ ପୋଦ୍ଦାର, ଅନୁରାଗ ଷଡଙ୍ଗୀ, ବିପ୍ଲବ ସାମନ୍ତରାୟ, ରାଜେଶ ଧୂପର, ସୁଜିତ ଲେଙ୍କା, ଶାନ୍ତନୁ ମିଶ୍ର, ଅଭିଷେକ ରାଉତ, ଅଭିଷେକ ଯାଦବ, ସନ୍ଦୀପ ପଟ୍ଟନାୟକ, ଶୁଭଙ୍କର ବିଶ୍ୱାସ, ଦେବବ୍ରତ ପ୍ରଧାନ, ଆଶିଷ ରାୟ, ସୁନୀଲ କୁମାର ରାଉଳ, ଜୟନ୍ତ ବେହେରା, ପପ୍ପୁ ରୟ, ଶୁଭମ ନାୟକ, ବିକାଶ ରାଉତ, ତାରିଣୀ ସା, ପ୍ରୟାଶ ସିଂ ଠାକୁର ଓ ରାଜେଶ ମହାନ୍ତି ।

Get real time updates directly on you device, subscribe now.