fbpx

ବିବାହ ବେଦୀରେ ପ୍ରେମିକାକୁ ସିନ୍ଦୁର ପିନ୍ଧାଇଲା ଯୁବକ; ଆଶ୍ଚର୍ଯ୍ୟ ହୋଇ ଅନେଇଥିଲା ବର

ବିବାହ ମଣ୍ଡପରେ ପ୍ରେମିକାକୁ ପିନ୍ଧାଇଥିଲା ସିନ୍ଦୁର କିନ୍ତୁ ଶିଶୁପାଳ ହୋଇ ରହିଗଲା ଯୁବକ… ବିବାହ ମଣ୍ଡପରେ ବର ସାମ୍ନାରେ କନ୍ୟା ମଥାରେ ସିନ୍ଦୁର ପିନ୍ଧାଇଲା ପ୍ରେମିକ… ଆଉ ଏହାକୁ ଦେଖି ଅବାକ ହୋଇଯାଇଥିଲେ ସେଠାରେ ଉପସ୍ଥିତ ଥିବା ଲୋକ । ଏଭଳି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଗୋରଖପୁର ବୁଦହାଟ ଥାନା ଅଞ୍ଚଳରେ ।

ସୂଚନାଅନୁଯାୟୀ, ବୁଦହାଟ ଥାନା ଅଞ୍ଚଳରେ ଏକ ଗ୍ରାମରେ ଦୁଇ ଯୁବକ ଯୁବତୀ ପରସ୍ପରଙ୍କୁ ଭଲ ପାଉଥିଲେ ନିକଟରେ ଯୁବକ ଜଣକ ବାହାରକୁ କାମ କରିବାକୁ ଯାଇଥିଲେ ଆଉ ଏହାରି ମଧ୍ୟରେ ଅନ୍ୟତ୍ର ଯୁବତୀଙ୍କର ବିବାହ ଠିକ୍ ହୋଇଥିଲା । ତେବେ ଯୁବକ ଜଣକ ବାହଘର ବିଷୟ ଶୁଣି ଗାଁକୁ ଫେରିଆସିଥିଲେ ଏର୍ବ ଡିସେମ୍ବର ୧ ତାରିଖ ବାହାଘର ପୂର୍ବରୁ ଷ୍ଟେଜରେ ଚଢ଼ି ଯୁବତୀଙ୍କ ମଥାରେ ସିନ୍ଦୁର ପିନ୍ଧାଇଥିଲା । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବର ଏବଂ ସେଠାରେ ଥିବା ଲୋକମାନେ ।

ସେପଟେ ବର ପକ୍ଷ ଏହାକୁ ନେଇ ରାଗିଯାଇଥିଲେ ଏବଂ ଉଭୟ ପକ୍ଷ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ଏହାରି ମଧ୍ୟରେ କେହି ଜଣେ ପୋଲିସକୁ ଫୋନ କରିଥିଲେ ତେବେ ପୋଲିସ ପହଞ୍ଚିବାପରେ ଯୁବକ ଜଣକ ସେଠାରେ ପଳାଇଯାଇଥିଲେ ଏବଂ ଶେଷରେ ପୋଲିସ ସାମ୍ନାରେ ଉଭୟ ପକ୍ଷ ଏବଂ ପଞ୍ଚାୟତର ନିଷ୍ପତ୍ତି ପରେ ବର କନ୍ୟାଙ୍କର ବିବାହ ହୋଇଥିଲା ।

Get real time updates directly on you device, subscribe now.